କଟକ: ଥାନା ଆଗରେ ଜଳିଲେ ମହିଳା । ସ୍ୱାମୀଙ୍କୁ ଅନ୍ୟାୟରେ ଗିରଫ କରାଯାଇଥିବା ଅଭିଯୋଗ କରି ଥାନା ଆଗରେ ଆତ୍ମହୁତି ଉଦ୍ୟମ କଲେ ମହିଳା । ନିଜ ଦେହରେ ନିଆଁ ଲଗାଇବା ଫଳରେ ମହିଳାଙ୍କ ଶରୀରର ପ୍ରାୟ 54 ପ୍ରତିଶତ ପୋଡିଯାଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କଟକ ମାହାଙ୍ଗା ଥାନା ଆଗରେ ।

4cce57; font-size: 17px;">ସୂଚନା ଅନୁସାରେ, ଗତକାଲି (ଗୁରୁବାର) କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗ୍ରାମ ଶଙ୍କର ଦାସଙ୍କୁ ମାହାଙ୍ଗା ପୋଲିସ ଘରୁ ଚୋରୀ ଅଭିଯୋଗରେ ଉଠାଇ ଆଣିଥିଲା । ସେପଟେ ଶଙ୍କରଙ୍କ ସ୍ତ୍ରୀ ରଶ୍ମିତା ଦାସ ଥାନାକୁ ଆସି ତାଙ୍କ ସ୍ୱାମୀକୁ କ'ଣ ପାଇଁ ଗିରଫ କରାଯାଇଛି ପଚାରିବାରୁ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିଲା । ମିଛ ଘଟଣାରେ ତାଙ୍କ ସ୍ବାମୀକୁ ଗିରଫ କରିଥିବାରୁ ମହିଳା ଜଣକ ମାହାଙ୍ଗା ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଜ ପରିବାର ଓ ପିଲାମାନଙ୍କୁ ନ୍ୟାୟ ଦେବା ପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଶରୀର ପ୍ରାୟ 54 ପ୍ରତିଶତ ଅଂଶ ପୋଡି ଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ମେଡିକାଲ ଡାକ୍ତର । ସେପଟେ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି ମାହାଙ୍ଗା ପୋଲିସ ଅଧିକାରୀ ।

ଏନେଇ ପୀଡ଼ିତା ମହିଳା ରଶ୍ମିତା ଦାସ କହିଛନ୍ତି, "ମୋ ସ୍ବାମୀଙ୍କୁ ବିନା ଦୋଷରେ ଗିରଫ କରି ଥାନାରେ ରଖିଛନ୍ତି । ଆଇଆଇସି ଇପ୍ସିତା ମ୍ୟାଡାମ ଚୋରୀ କେସରେ ମୋ ସ୍ବାମୀଙ୍କୁ ଥାନାରେ ରଖିଛନ୍ତି । ମୁଁ ସକାଳୁ ଆସି ବସିଛି, ହେଲେ ମତେ ଭେଟ କରାଇଦେଲେନି । ମୋର ଏହି ଅବସ୍ଥା ପାଇଁ ମାହାଙ୍ଗା ପୋଲିସ, ଆଇଆଇସି ଇପ୍ସିତା ଦାୟୀ । ବିନା ଦୋଷରେ ମୋ ସ୍ବାମୀଙ୍କୁ ଗିରଫ କରାଯାଇଛି । ମୋର ଛୋଟଛୋଟ ପିଲା, ସେମାନେ ଭାସିଯିବେ । ମୋ ସ୍ବାମୀଙ୍କୁ ମୁକୁଳାଯାଉ ।"

ସେପଟେ ପୀଡ଼ିତାଙ୍କ ସ୍ବାମୀ ଶଙ୍କର ଦାସ କହିଛନ୍ତି, "କାଲି ରାତି 12ଟାରେ ମୋତେ ଘରୁ ଉଠାଇ ଆଣିଛନ୍ତି । ମୋ ଦେହ ଅସୁସ୍ଥ ଅଛି । ମତେ ଜବରଦସ୍ତ ଉଠେଇ ଆଣିଛନ୍ତି । ଯଦି ମୁଁ ଚୋରୀ କରିଛି ତାହାଲେ ସିସିଟିଭି ଯାଞ୍ଚ ହେଉ । ମୁଁ ଚୋରୀ କରିନି, ମୋର ଛୋଟ ଛୋଟ ଛୁଆ । ତେଣୁ ବାଧ୍ୟ ହୋଇ ମୋ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଥିପାଇ ପୋଲିସ ଦାୟି ।"

0 Comments