ଢେଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ସଭାଗୃହରେ ରବିବାର ଦିନ ଜାତୀୟ ଇଞ୍ଜିଂନିୟରସ ଡେ ଦ ଓଡିଶା ବିଜ୍ଞାନ ମଣ୍ଡଳ, ଢେଙ୍କାନାଳ ଜିଲ୍ଲା ଆନୁକୂଲ୍ୟରେ ରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶ୍ରୀଧର ପୃଷ୍ଟି ଯୋଗଦେଇ ସଭାକୁ ଉଦଘାଟନ କରିବା ସହ ବିଜ୍ଞାନ ସହ  ଇଞ୍ଜିନିୟରିଙ୍ଗ କିପରି ଜଡିତ ସେ ବିଷୟରେ ଆଲୋକପାତ କରିଥିଲେ | ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟ ଡ଼. ମମତା ପାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ପରୀକ୍ଷାଗାର ରେ କିପରି ଇଞ୍ଜିଂନିୟରିଙ

ଗ ଜ୍ଞାନ କୌଶଳ ବୃଦ୍ଧି କରିପାରିବେ ସେ ବିଷୟରେ ଉତ୍ସାହିତ କରିଥିଲେ | ଅନ୍ୟତମ ସଂମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସୁପେରିନଟେଣ୍ଡିଙ୍ଗ ଇଞ୍ଜିଂନିୟର ଶ୍ରୀଯୁକ୍ତ ବାରିଜ କୁମାର ଷଣ୍ଢ ଯୋଗଦେଇ ରାଷ୍ଟ୍ର ତଥା ବିଶ୍ଵ କୁ ଇଞ୍ଜିଂନିୟର ମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ | ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ଭବାନୀ ଶଙ୍କର ଘୋଷ  ସାର ଏମ. ଭିସେସ୍ୱରାୟ ଙ୍କର ଜୀବନି ଉପରେ ଆଲୋକପାତ କରିଥିଲେ | ରସାୟନ ବିଜ୍ଞାନ ଅଧ୍ୟାପକ ତଥା ଦ ଓଡିଶା ବିଜ୍ଞାନ ମଣ୍ଡଳ ଢେଙ୍କାନାଳ ଜିଲ୍ଲା ସମ୍ପାଦକ ଶ୍ରୀ ଶୁଭମ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଶ୍ରୀ ସଙ୍ଗୀତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ |

0 Comments