ଢେଙ୍କିକୋଟ(ତପନ ବେହେରା ) କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ସନ୍ନିକଟ ଖଣ୍ଟଘର ପଥକର ଫାଟକ ନିକଟରେ ଆଜି ପୂର୍ବାହ୍ନ ରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସହ ୪୦ ରୁ ଉର୍ଦ୍ଧ ଉଭୟ ପୁରୁଷ ଓ ମହିଳା ୨ ଚକିଆ ଚାଳକ ଙ୍କୁ ମାଗଣା ରେ ହେଲମେଟ ବଣ୍ଟନ କରାଯାଇଛି । ସଚେତନା କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସଦ ଅନନ୍ତ ନାୟକ ବାଇକ ଚାଳକ ମାନଙ୍କୁ ହେଲମେଟ ପ୍ରଦାନ କରିବା ସହ ବାଇକ ଚଳାଇବା ସମୟରେ ସମସ୍ତେ ହେଲମେଟ ବ୍ୟବହାର କରିବାକୁ ନିବେଦନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସୁତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ କାର୍ଯକ୍ରମ ରେ ଯୋଗ ଦେଇଥିବା ବ

େଳେ ଜିଲ୍ଲା ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଚେତନତା କାର୍ଯ୍ୟକ୍ରମ ଓ ହେଲମେଟ ବଣ୍ଟନ ମେଳା ରେ ଘଟଗାଁ ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା, ବରିଷ୍ଟ ମୋଟର ଯାନ ନିରୀକ୍ଷକ ସନ୍ଦୀପ ପାଇକରାୟ, ଡେପୁଟି କମିଶନର ରମାକାନ୍ତ ନାୟକ, ଟି ଆଇ ସୁକୁରାମ ସୋରେନ, ସହକାରୀ ଏମ ଭି ଆଇ ଦିବ୍ୟଜ୍ୟୋତି ମହାନ୍ତ, ଟି ଆଇ ସସ୍ମିତା ପଣ୍ଡା, ପହଲି ନାଏକ, ରୋସନ ବୁଡ, ସୁଷମା ବେହେରା, ଢେଙ୍କିକୋଟ ବିଟ ଅଧିକାରୀ ତ୍ରିନାଥ ନାଏକ, ଏ ଏସ ଆଇ କ୍ଷୀରୋଦିନୀ ନିଆଲ ପ୍ରମୁଖ ଏଠାରେ ସାମିଲ ଥିଲେ । ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ଜୀବନ ରକ୍ଷା, ପ୍ରଯୁକ୍ତି ରୁ ପରିବର୍ତ୍ତନ, ସଚେତନତା ରୁ ସୁରକ୍ଷା ବାର୍ତ୍ତା ପ୍ରଦାନ କରାଯାଇଥିଲା l

0 Comments