ଘଟଗାଁ (ତପନ ବେହେରା) କେନ୍ଦୁଝର ପୁରୁଣା ବଜାର ନିକଟରେ,ସଡକ ଦୁର୍ଘଟଣାରେ ମୋ ବସ ଚାଳକ ମୃତ୍ୟୁ। ମୃତଦେହ ଗାଁରେ ପହଁଚିବା ପରେ ସ୍ମଶାନ ରେ ଶେଷ କୃତ ସମ୍ପନ୍ନ। ଖବର ନେବାରୁ ଜଣାଡ଼ିଛି ଘଟଗାଁ ଥାନା ଅଧୀନ ,ତୋରାଣୀ ପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମର ଶଶି ଭୂଷଣ ମହାନ୍ତ ପୁଅ ଫନିଭୂଷଣ ମହାନ୍ତ (୪୩) କେନ୍ଦୁଝରରେ ମୋ ବସ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ପ୍ରତିଦିନ ଭଳି ଆଜି ସକାଳ ସମୟରେ ଘରୁ ସ୍କୁଟି ଯୋଗେ କେନ୍ଦୁଝର ନିଜର କାର୍ଯ୍ୟ ସ୍ଥଳକୁ ଯାଉଥିବା ସମୟରେ ପୂରୁଣା ବଜାର ନିକଟ ,ରାଜଉଆସ ପାଖରେ
ଏକ ଅଜଣା ଗାଡି ଧକ୍ଵା ଦେବା ଫଳରେ ଘଟଣା ସ୍ଥଳରେ ଫନିଭୂଷଣର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୋଇପାଣି ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବିଧବା ପତ୍ନୀ ଓ ପୁଅ ଝିଅ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କର ମର ଶରୀର ଘରେ ପହଁଚିବା ପରେ ଗାଁ ଜନ୍ମ ମାଟିରେ ଶେଷକୃତ ସମ୍ପନ୍ନ କରିଥିଲେ। ଘରର ରୋଜଗାରିଆ ପୁଅ ର ଏପରି ମୃତ୍ୟୁ ରେ ଡ୍ରାଇଭର ମହାସଂଘ ପକ୍ଷରୁଶୋକ ପ୍ରକାଶ କରିଛନ୍ତି ସରକାରଙ୍କୁ ଅସହାୟ ପରିବାରକୁ ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ କରିଛନ୍ତି।