କେନ୍ଦୁଝର- ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ସାମାଜିକ ଦାୟିତ୍ୱବୋଧ, ସୃଜନଶୀଳତା ଓ ନିଜସ୍ୱ ଚିନ୍ତନଶକ୍ତିର ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା, କେନ୍ଦୁଝର ପକ୍ଷରୁ ଜିଲ୍ଲାସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଆଜି କେନ୍ଦୁଝର ସହରସ୍ଥିତ ପିଏମ୍‌ ଶ୍ରୀ ଡି.ଏନ୍‌. ହାଇସ୍କୁଲ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୧୩ଟି ବ୍ଲକରୁ ଆସିଥିବା ଛାତ୍ରଛାତ୍ରୀମାନେ ଏହି ଜିଲ୍ଲାସ୍ତରୀୟ ଆୟୋଜନରେ ଯୋଗଦେଇଥିଲେ। ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେବା, ସମାଜ, ପରିବେଶ, ଦାୟିତ୍ୱ ଓ ସଚେତନତା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ନିଜର ଚିନ୍ତାଧାରା ଓ ସୃଜନଶୀଳ ପ୍ରତିଭାର ପରିପ୍ରକାଶ କରିଥିଲେ। ପ୍ରତିଯୋଗୀମାନଙ୍କ ଉତ୍ସାହଜନକ ଓ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା।ଉଦ୍‌ଘାଟନୀ ସମାରୋହରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଅଧ୍ୟକ୍ଷତା କରିଥିଲେ। ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ପ୍ରତିନିଧି ଶ୍ରୀ ଅନୁବ୍ରତ ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସେବା ଓ ସାମାଜିକ ଦାୟିତ୍ୱର ମହତ୍ତ୍ୱ ସମ୍ପର୍କରେ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଥିଲେ।

ଦିନବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇ ନିଜ ନିଜ ଅଭିଜ୍ଞତା, କଳ୍ପନା ଓ ଚିନ୍ତାଧାରାକୁ ଆଧାର କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମର ଉଦ

‌ଯାପନୀ ଥତା ପୁରସ୍କାର ବିତରଣ ସମାରୋହରେ ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଉତ୍ସାହର ପ୍ରଶଂସା କରିବା ସହ ଶିକ୍ଷା ସହିତ ସେବା, ଶୃଙ୍ଖଳା, ସାମାଜିକ ସଚେତନତା ଓ ଦାୟିତ୍ୱବୋଧକୁ ଜୀବନର ଅଂଶ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିହା, ଏଡିଇଓ ଶ୍ରୀ ସତ୍ୟନାରାୟଣ ମହାନ୍ତ ଓ ଏଡିଇଓ ଶ୍ରୀ ରୁଦ୍ରନାରାୟଣ ସାମଲଙ୍କ ସମେତ ବିଭିନ୍ନ ଶିକ୍ଷା ଅଧିକାରୀ, ଶିକ୍ଷକ, ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।‘ସେବା ସଂକଳ୍ପ’ର ମୂଳ ଭାବନାକୁ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଅଭିବ୍ୟକ୍ତି ସହ ଯୋଡ଼ିବା ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ବିଶେଷତ୍ୱ ଥିଲା। ଏପରି ଆୟୋଜନ ମାଧ୍ୟମରେ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ‘ମୁଁ ଓ ମୋ ସମାଜ’ର ସମ୍ପର୍କକୁ ଅଧିକ ଦୃଢ଼ କରିବା ସହ ଦାୟିତ୍ୱଶୀଳ ନାଗରିକ ଭାବେ ନିଜକୁ ଗଢ଼ି ତୋଳିବାର ସୁଯୋଗ ସୃଷ୍ଟି ହୋଇଛି।

ସମଗ୍ର ଶିକ୍ଷା, କେନ୍ଦୁଝର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପିଏମ୍‌ ଶ୍ରୀ ଡି.ଏନ୍‌. ହାଇସ୍କୁଲର ପ୍ରଧାନଶିକ୍ଷକ ଓ ବିଦ୍ୟାଳୟର ଶିକ୍ଷକମଣ୍ଡଳୀ ସୁଚାରୁ ରୂପେ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ଶିକ୍ଷକମାନଙ୍କ ସହଯୋଗ ଯୋଗୁଁ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ଏକ ସଫଳ ଓ ସାର୍ଥକ ଶିକ୍ଷାମୂଳକ ଆୟୋଜନ ଭାବେ ସମ୍ପନ୍ନ ହୋଇଛି।

0 Comments