ଭୁବନେଶ୍ୱର; ପୁଣି ଥରେ କିଛି ମାସ ବ୍ୟବଧାନରେ ରାଇରଙ୍ଗପୁର ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥର ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ମେଗା ଚକ୍ଷୁ ଚିକିତ୍ସା କ୍ୟାମ୍ପରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ।
dow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; margin: 0px 0px 20px; clear: both; font-size: 17px; line-height: 24px; width: 384px; font-family: __Noto_Sans_8df048, __Noto_Sans_Fallback_8df048; float: none !important; padding-left: 20px !important; padding-right: 20px !important;">ଆସନ୍ତା ଅକ୍ଟୋବର ୨୭ ଓ ୨୮ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରଠାରେ ଏହି ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହେବାକୁ ଯାଉଛି । ଆଖପାଖ ଜିଲ୍ଲା ତଥା ଅଞ୍ଚଳର ଶହ ଶହ ଚକ୍ଷୁ ରୋଗୀ ଉପକୃତ ହୋଇ ପାରିବେ। ଏହି ମେଗା ଚକ୍ଷୁ କ୍ୟାମ୍ପ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ନୂଆଦିଲ୍ଲୀରୁ ପ୍ରାୟ ୧୦୦ ଜଣ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ସାମିଲ ହୋଇ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର କାର୍ଯ୍ୟକ୍ରମ ରହିଛି।