ନୂଆଦିଲ୍ଲୀ: ଓଡ଼ିଶା DGP ନିଯୁକ୍ତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ ଓଡ଼ିଶା ମାମଲାରେ ନିଜର ପକ୍ଷ ରଖିଛନ୍ତି। ତେବେ ସମସ୍ତ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲାର ଶୁଣାଣି ଆସନ୍ତାକାଲି(ବୁଧବାର) ପୁଣି ଜାରି ରହିବ।

ଶୁଣାଣି ଆରମ୍ଭରେ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ, ଓଡ଼ିଶା ସମ୍ପର୍କରେ ସେ ଏକ ନୋଟ୍ ପ୍ରସ୍ତୁତ କରିଛନ୍ତି। ମାମଲାର ଆଧାର କିଛିଟା ଭୁଲ୍ ବୁଝାମଣା ଉପରେ ଥିବା ପରି ମନେ ହେଉଛି ବୋଲି ସେ କହିଛନ୍ତି। ମଙ୍ଗଳବାର ଶୁଣାଣି ଶେଷ ହୋଇନପାରିଲେ ବୁଧବାର ଏହାକୁ ନିଆଯାଉ ବୋଲି ସେ ଅନୁରୋଧ କରିଥିଲେ। ଅପରାହ୍ନ ୨ଟା ପରେ CBI ଉପସ୍ଥିତ ରହିବ ଏବଂ କିଛି ପ୍ରସଙ୍ଗ ରହିଛି, ଯାହା ଉପରେ ଖଣ୍ଡପୀଠ ବିଚାର କରନ୍ତୁ ବୋଲି ସେ କହିଥିଲେ। ଏହାର ଉତ୍ତରରେ CJI ସୂର୍ଯ୍ୟକାନ୍ତ କହିଥିଲେ, ‘ନିଶ୍ଚିତ ଭାବେ ଆମେ ବିଚାର କରିବୁ।

ଚିଦମ୍ବରମ କହିଛନ୍ତି ଯେ, ମେ’ ୨୦୨୬ରେ ଓଡ଼ିଶା ସରକାର ଜଣେ ଅଧିକାରୀ ସୁଶାନ୍ତ ନାଥଙ୍କ ସମ୍ପର୍କିତ ମାମଲାର ତଦନ୍ତର ସ୍ଥିତି ଜାଣିବା ପାଇଁ CBIକୁ ଚିଠି ଲେଖିଥିଲେ।

ight: 24px; width: 384px; font-family: __Noto_Sans_8df048, __Noto_Sans_Fallback_8df048; float: none !important; padding-left: 20px !important; padding-right: 20px !important;">CBI ପକ୍ଷରୁ ଜଣାଇ ଦିଆଯାଇଥିଲା ଯେ, ଅନିୟମିତତା ସମ୍ପର୍କିତ ମାମଲାର ତଦନ୍ତ ଚାଲିଛି ଏବଂ ସୁଶାନ୍ତ ନାଥଙ୍କୁ ପଚରାଉଚରା କରାଯିବାର ଆବଶ୍ୟକତା ଥାଇପାରେ। ଏହାପରେ ଓଡ଼ିଶା UPSCକୁ ବୈଠକ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲା ବୋଲି ଚିଦମ୍ବରମ କହିଛନ୍ତି।

ପରେ ଗୃହ ମନ୍ତ୍ରଣାଳୟ (MHA) ଏଥିପାଇଁ ଅନୁମୋଦନ ଦେଇଥିଲା।

ଚିଦମ୍ବରମଙ୍କ ଯୁକ୍ତି ଅନୁସାରେ, ଓଡ଼ିଶା ଏହାପରେ ଦୁଇଜଣ ଅଧିକାରୀଙ୍କୁ DGP ପାହ୍ୟାକୁ ପଦୋନ୍ନତି ଦେଇଥିଲା। ତିନିଜଣଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦେଇ ତାଙ୍କ ବଦଳରେ ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ଥିବା ଅଧିକାରୀଙ୍କୁ ସୁଯୋଗ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏଥିସହ ଚିଦମ୍ବରମ କହିଛନ୍ତି ଯେ, ଓଡ଼ିଶା CBIକୁ ଚିଠି ଲେଖିଥିଲା, କିନ୍ତୁ CBIର ଉତ୍ତରରେ ସୁଶାନ୍ତ ନାଥଙ୍କ ସତ୍ୟନିଷ୍ଠା ବିରୋଧରେ କୌଣସି ତଥ୍ୟ ଦିଆଯାଇନଥିଲା। ତଥାପି ତାଙ୍କର ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ଅଟକାଇ ରଖାଯାଇଥିବା ସେ ଦାବି କରିଛନ୍ତି।

0 Comments