କଟକ : ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ । ଆଗାମୀ ୨ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷଣା କଲା ଓସିଏ । ଦଳର ଅଧିନାୟକ ଦାୟିତ୍ଵ ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଥିବା ବେଳେ ଦଳରେ ୨ ଜଣ ରାଜ୍ୟ ବାହାରର ଖେଳାଳିଙ୍କ ସହ ୪ ଜଣ ନୂଆ ମୁହଁକୁ ସ୍ଥାନ ମିଳିଛି । ନିନନ୍ଦା ରାଟଭ ଏବଂ ଲଳିତ ଯାଦବ ବାହାର ରାଜ୍ୟର ଖେଳାଳି
ହୋଇଥିବା ବେଳେ ଓମ୍ ଟି ମୁଣ୍ଡେ, ଶ୍ରେୟାଂଶ ଭରଦ୍ୱାଜ, ସମ୍ବିତ ବେଜ, ସୋମ୍ୟ ଲେଙ୍କାଙ୍କୁ ସ୍ଥାନ ମିଳିଛି ।
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ସୋମବାର ଦିନ ୨୦୨୬-୨୭ ରଣଜୀ ଟ୍ରଫି ସିଜିନ୍ର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ୧୭ ଜଣିଆ ବରିଷ୍ଠ ପୁରୁଷ ଦଳ ଘୋଷଣା କରିଛି ଏବଂ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଓସିଏ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ କୋଚ୍ ଓ ମୁଖ୍ୟ ଚୟନ କର୍ତ୍ତା ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି ।
ନିନାଦ ରଥଭା ଏବଂ ସମ୍ବିତ ବେଜା ହେଉଛନ୍ତି ଦଳର ଦୁଇ ଜଣ ଅଲ୍ରାଉଣ୍ଡର । ଦଳରେ ସ୍ଥାନ ପାଇଥିବା ବ୍ୟାଟରମାନଙ୍କ ମଧ୍ୟରେ ସ୍ୱସ୍ତିକ ସାମଲ, ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ ଏବଂ ଶାନ୍ତନୁ ମିଶ୍ର ରହିଥିବା ବେଳେ ଆଶୀର୍ବାଦ ସ୍ୱାଇଁ ଓ ଦିନେଶ ମାଝୀଙ୍କୁ ୱିକେଟ୍କିପର ଭାବେ ସାମିଲ କରାଯାଇଛି । ସେହିପରି ଦଳର ଦ୍ରୁତ ବୋଲିଂ ବିଭାଗରେ ଲଳିତ ଯାଦବ, ରାଜେଶ ମହାନ୍ତି, ପ୍ରଶାନ୍ତ ରାଣା ଏବଂ ସୌମ୍ୟ ଲେଙ୍କା ରହିଥିବାବେଳେ ସୟଦ ତୁଫେଲ୍ ଅହମ୍ମଦ ଓ ବାଦଲ ବିଶ୍ୱାଳଙ୍କୁ ବାମହାତୀ ସ୍ପିନର୍ ଭାବେ ସାମିଲ କରାଯାଇଛି । ଏପରିକି ଏହି ଦଳରେ ଚାରି ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି, ଯେପରିକି- ଓମ୍ ଟି ମୁଣ୍ଡେ, ଶ୍ରେୟାଂଶ ଭରଦ୍ୱାଜ, ସୌମ୍ୟ ଲେଙ୍କା ଏବଂ ସମ୍ବିତ ବେଜା । ଏହି ଦଳ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ପାଇଁ ଚୟନ କରାଯାଇଛି ।
ଚଳିତ ବର୍ଷ କଷ୍ଟସାଧ୍ୟ ଗ୍ରୁପ୍ ରେ ଓଡ଼ିଶା ସ୍ଥାନ ପାଇଛି । ଓଡ଼ିଶା ଗ୍ରୁପରେ ଥିବା ଅନ୍ୟ ଦଳଗୁଡ଼ିକ ହେଲା- ଗୁଜରାଟ, ଦିଲ୍ଲୀ, ମହାରାଷ୍ଟ୍ର, ବେଙ୍ଗଲ, କେରଳ, ସର୍ଭିସେସ, ଝାଡ଼ଖଣ୍ଡ ଆଦି ଦଳ ରହିଛି । ଆସନ୍ତା ୧୧ ତାରିଖରେ ଗୁଜରାଟ ବିପକ୍ଷରେ ଖେଳି ରଣଜୀ ଅଭିଯାନ ଆରମ୍ଭ କରିବ ଟିମ୍ ଓଡ଼ିଶା । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯିବ ।