କେନ୍ଦୁଝର:-ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ‘ଏକ ପେଡ୍ ମା କେ ନାମ ୩.୦’ ଅଭିଯାନ ଅଧୀନରେ କେନ୍ଦୁଝର ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି ଏକଦିବସୀୟ ବୃକ୍ଷରୋପଣ ଅଭିଯାନରେ ଜିଲ୍ଲାର ୨୯୭ଟି ଗ୍ରାମ ପଞ୍ଚାୟତରେ ମୋଟ ୨,୦୬,୯୦୦ଟି ଚାରାରୋପଣ କରାଯାଇଥିବା ସୂଚନା ମିଳିଛି।
ଏହି ଅଭିଯାନ ମାଧ୍ୟମରେ ଗ୍ରାମାଞ୍ଚଳରେ ଅଧିକ ସବୁଜିମା ସୃଷ୍ଟି, ପରିବେଶ ସନ୍ତୁଳନ ରକ୍ଷା ଏବଂ ବୃକ୍ଷ ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି ପାଇଁ ପ୍ରୟାସ କରାଯାଇଛି। ‘ଏକ ପେଡ୍ ମା କେ ନାମ ୩.୦’ ଅଭିଯାନ ଚଳିତ ବର୍ଷ ୫ ଜୁନ୍ରୁ ୩୦ ସେପ୍ଟେ
ମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲୁଥିବା ବିଷୟରେ କେନ୍ଦ୍ରୀୟ ନିର୍ଦ୍ଦେଶନାରେ ଉଲ୍ଲେଖ ରହିଛି।
କେନ୍ଦୁଝର ଜିଲ୍ଲାର ୨୯୭ଟି ପଞ୍ଚାୟତରେ ଏକାସାଙ୍ଗରେ ଏତେ ବିପୁଳ ସଂଖ୍ୟକ ଚାରାରୋପଣ ପରିବେଶ ସୁରକ୍ଷା ଅଭିଯାନକୁ ଆହୁରି ଗତିଶୀଳ କରିଛି। ଚାରାରୋପଣ ସହିତ ଏହାର ରକ୍ଷଣାବେକ୍ଷଣ ଓ ଚାରାଗୁଡ଼ିକର ବଞ୍ଚିବା ଉପରେ ନିୟମିତ ନଜର ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିଯାନର ନିର୍ଦ୍ଦେଶନାରେ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଅନନ୍ତ ନାୟକ ସମସ୍ତ ବିଧାୟକ ବିଭାଗୀୟ ସରକାରୀ ଅଧିକାରୀଙ୍କ ସମେତ ଏଡିଓ ,ମେଟ୍ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ l