କେନ୍ଦୁଝର: କେନ୍ଦୁଝର ସହରସ୍ଥିତ ଡି.ଡି. ସ୍ପୋର୍ଟସ୍ ଗ୍ରାଉଣ୍ଡରେ ଚାଲିଥିବା ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ୨୦୨୬-୨୭ର ଆଜି ଉଦ୍‌ଯାପନ ହୋଇଯାଇଛି। ଓଡ଼ିଶାର ୩୦ଟି ଜିଲ୍ଲାରୁ ପ୍ରାୟ ୪୦୦ ଜଣ ଖେଳାଳି ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଭାବାନ ତାଇକୋଣ୍ଡୋ ଖେଳାଳିମାନେ ବିଭିନ୍ନ ବର୍ଗରେ ରୋମାଞ୍ଚକର ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାକୁ ନେଇ ଖେଳାଳି, ପ୍ରଶିକ୍ଷକ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା।

ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି କେନ୍ଦୁଝରଗଡ ପୌରପାଳିକା ର ଅଧକ୍ଷl ନିକୁ ସାହୁ ଯୋଗ ଦେଇ ସମସ୍ତ ଖେଳାଳି ମାନଙ୍କୁ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ ବୋଲି କହିଥିଲେ l ମୁଖ୍ୟବକ୍ତା ଭାବେ ସହକାରୀ ନିର୍ଦେଶକ ଓଡିଶା ଜ୍ୟୋତି ପ୍ରସାଦ ପରିଡା, ସମ୍ମାନିତ ଅତିଥି ଭାବେ ଅନୁବ୍ରତ ବେହେରା ସମାଜ ସେବୀ, ଜିଲ୍ଲା କ୍ରୀଡା ଅଧିକାରୀ ସୋରଜ ମଳିକ, D. I. T. R. O ସାର୍ଥକ ରାୟ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାମଲ, ସତ୍

ୟନାରାୟଣ ମହାନ୍ତ , ସଦର ବିଇଓ ଓମକାର ଅନ୍ୱେଷ, ଅତିରିକ୍ତ ବିଇଓ କପିଳ ଚନ୍ଦ୍ର ଦାସ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମ କୃଷ୍ଣ ବେହେରା,ପାଟଣା beo ପୁର୍ଣ ଚନ୍ଦ୍ର ଆମନ୍ତ, ପ୍ରଧାନ ଶିକ୍ଷକ ପଳାସପାଙ୍ଗା କୃଷ୍ଣ ଚନ୍ଦ୍ର ମହାନ୍ତ,ନ.ସ ପୋଲିସ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବେଳା ରାଉତ, ଜିଲ୍ଲା ଯୁଗ୍ମ ସମ୍ପାଦକ ରେଡକ୍ରୋସ A. R. Khan, ଓଷ୍ଟl ସଭାପତି ମନ୍ମଥ ମହାନ୍ତ ଯୋଗ ଦେଇଥିଲେ 

ପ୍ରତିଯୋଗିତାରେ ଅଣ୍ଡର-୧୪ ବାଳକ ବର୍ଗରେ ପୁରୀ, ଅଣ୍ଡର-୧୪ ବାଳିକା ବର୍ଗରେ ଗଞ୍ଜାମ, ଏବଂ ଅଣ୍ଡର-୧୭ ବାଳକ ଓ ବାଳିକା ବର୍ଗରେ ଯାଜପୁର ଚମ୍ପିୟନ୍ ହୋଇଛନ୍ତି। ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା କୃତୀ ଖେଳାଳିମାନଙ୍କୁ ଉଦ୍‌ଯାପନୀ ଅବସରରେ ମେଡାଲ୍ ଓ ସାର୍ଟିଫିକେଟ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ତାଇକୋଣ୍ଡୋ କ୍ରୀଡ଼ାରେ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ ସହ ଆଗାମୀ ଦିନରେ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ନୂଆ ଅନୁଭୂତି ଓ ପ୍ରେରଣା ଯୋଗାଇଛି

ଏହି ଉତ୍ସବରେ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଦୀପ ବାରିକ, କ୍ଷୀରୋଦ ବେହେରା, ଜଗବନ୍ଧୁ. ମହାନ୍ତ, ପ୍ରଶାନ୍ତ ପରିଡା, ସମରଜିତ ସିଂହ, ବିଷ୍ଣୁ ପ୍ରିୟା ଓଝା ସହଯୋଗ କରିଥିଲେ l

0 Comments