ଭୁବନେଶ୍ବର: ଭୀଷଣ ରୂପ ନେଇ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ଗଭୀର ଅବପାତ । ଆଜି(ବୁଧବାର) ରାତିରେ ଆନ୍ଧ୍ରର ବିଶାଖାପାଟଣା ଏବଂ ଓଡ଼ିଶାର ଗୋପାଳପୁର

f048, __Noto_Sans_Fallback_8df048; font-size: 17px;"> ମଧ୍ୟ ଦେଇ କଳିଙ୍ଗପାଟନମରେ ସ୍ଥଳଭାଗ ଅତିକ୍ରମ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସହିତ 50 ରୁ 60 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡିକରେ ବର୍ଷା ଦେଖିବାକୁ ମିଳିଛି। ।

ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ 6 ଘଣ୍ଟାରେ 12 କିମି ବେଗରେ ପଶ୍ଚିମ ଆଡକୁ ଗତି କରୁଛି । କଳିଙ୍ଗପାଟନମ(ଆନ୍ଧ୍ର ପ୍ରଦେଶ)ରୁ ପ୍ରାୟ 70 କିଲୋମିଟର ଏବଂ ଗଞ୍ଜାମ ଜିଲ୍ଲା ଗୋପାଳପୁରରୁ 150 କିଲୋମିଟର ଦୂରରେ ଅବସ୍ଥିତ ରହିଛି । ସେହିପରି ଏହା ଦକ୍ଷିଣ ବିଶାଖାପାଟଣାର 150 କିଲୋମିଟର ଦୂରରେ ରହିଛି । ପୂର୍ବ-ଉତ୍ତର ପୂର୍ବ ଏବଂ ପୁରୀଠାରୁ 230 କିମି ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ରହିଛି ।

ଏହି ଗଭୀର ଅବପାତଟି ଆଜି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର-ଓଡ଼ିଶାର କଳିଙ୍ଗପାଟନମ ଦେଇ ଅତିକ୍ରମ କରିବ । ଆଜି ରାତିରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଗଭୀର ଅବପାତ ଅତିକ୍ରମ ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ 50 କିମି ବେଗରେ ପବନ ବହିପାରେ ।

ଆଜି ପାଇଁ ଦକ୍ଷିଣ ଓଡ଼ିଶାର 4ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେସବୁ ଜିଲ୍ଲା ହେଲା- କୋରାପୁଟ, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା । ଏଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ 50 କିମିରୁ 60 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

0 Comments