ଭୁବନେଶ୍ୱର: ଓଡିଶା ବିଧାନସଭାର ମୌସୁ
ୀ ଅଧିବେଶନର ପ୍ରଥମ ଦିନ ବିରୋଧୀ ଦଳର ସଦସ୍ୟମାନଙ୍କର ହୋହାଲ୍ଲା ଓ ନାରାବାଜି ମଧ୍ୟରେ ଆଜି ଅର୍ଥାତ ମଙ୍ଗଳବାର ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବାର ଅଳ୍ପ ସମୟ ପରେ ବିରୋଧୀ ମାନେ MMDR ସଂଶୋଧନ ଆଇନକୁ ପ୍ରତ୍ୟାହାର ଓ ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତାଫା ଦାବିକୁ ନେଇ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ | ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବାଚସ୍ପତି ସଭାକୁ 1.10 ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । କିଛି ସମୟର ବିରତି ପରେ ଅପରାହ୍ନ 1.10ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଯୋଗୁ ଗୃହକୁ ପୁଣିଥରେ ଅପରାହ୍ନ 4ଟା ଯାଏ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ।
ପ୍ରଥମେ ଦିବଙ୍ଗତ ସଦସ୍ୟମାନଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା । ଏହା ସହ ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ଜନସାଧାରଣଙ୍କ ଆତ୍ମାର ସଦଗତି ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା । ଦିବଙ୍ଗତମାନଙ୍କ ସ୍ମୃତିରେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକାକୁଳ ପରିବେଶ ପରେ ହଠାତ୍ ବଦଳିଗଲା ଗୃହର ମାହୋଲ। ଶୋକ ପ୍ରସ୍ତାବ ପରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ନିଜ ନିଜ ଆସନରୁ ଉଠି ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ନାରାବାଜି ଆରମ୍ଭ କରିଥିଲେ। ପ୍ରାଥମିକ ପାଠ୍ୟପୁସ୍ତକରେ ତ୍ରୁଟି ଅଭିଯୋଗ ଉଠାଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବିଜେଡି । ଅନ୍ୟପଟେ ଏମଏମଡିଆର ଆଇନକୁ ପ୍ରସଙ୍ଗ କରି କଂଗ୍ରେସ ସଦସ୍ୟମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ।