ଭୁବନେଶ୍ବର: ଦୀର୍ଘ 8 ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର 15 ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର 16 ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏହି ସୂଚନା ଦେଇଛନ୍ତି ।ଉଚ୍ଚଶିକ୍ଷା ମନ୍ତ୍ରୀ

--tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 17px;">ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି, "ଛାତ୍ର ସଂସଦ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ସ୍ବିକୃତୀ ପ୍ରଦାନ କରିଛନ୍ତି । ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରାଯିବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ, କଲେଜରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ ବହୁଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯାଉଥିଲା । ଏଥିପାଇଁ ବିଶୃଙ୍ଖଳା ପରିସ୍ଥିତି ଉପୁଜୁଥିଲା । ଆମେ 10 ଦିନ ଭିତରେ ନିର୍ବାଚନ ସାରିବା ପାଇଁ ନିଷ୍ପତ୍ତି ନେଇଛୁ । ଆମେ ଭାବୁଛୁ କ୍ୟାମ୍ପସ ହିଂସା କମ୍‌ ହେବ ।"ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଅକ୍ଟୋବର 7ରେ ଏହି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । 9 ତାରିଖରେ ସକାଳ 10ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ସେହି ଦିନ ଅପରାହ୍ନ 2ଟାରୁ 4ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା 5ଟାରେ ବୈଧ ନାମ ପ୍ରକାଶିତ ହେବ । 10 ତାରିଖରେ ସକାଳ 10ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ସମୟ ରହିବ । ସେହି ଦିନ ଅପରାହ୍ନ 3ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀମାନେ 14 ଅକ୍ଟୋବରରେ "ମୁଁ କାହିଁକି ଠିଆ ହୋଇଛି (Why I Stand For)" ବୈଠକ ହେବ । 15 ଅକ୍ଟୋବରରେ ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମତଦାନ ଚାଲିବ, ତା'ପରେ ଗଣନା ଆରମ୍ଭ ହେବ । 16 ଅକ୍ଟୋବରରେ ସକାଳ 11ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଓଡ଼ିଶାରେ ଶେଷ ଥର ପାଇଁ 2017 ମସିହାରେ କ୍ୟାମ୍ପସ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୂର୍ବ ରାଜ୍ୟ ପ୍ରଶାସନ କ୍ୟାମ୍ପସ ହିଂସା ଓ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ତିତଲି ପାଇଁ 2018 ମସିହାରେ ନିର୍ବାଚନ ବାତିଲ କରାଯାଇଥିଲା । ପରବର୍ତ୍ତୀ ସମୟରେ କୋଭିଡ-19 ମହାମାରୀ ଓ ସରକାର ପରିବର୍ତ୍ତନ ଯୋଗୁଁ ଛାତ୍ର ସଂଘ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଥିଲା । ଗତ 8 ବର୍ଷ ଧରି ନିର୍ବାଚନ ବନ୍ଦ ଥିବା ବେଳେ ଛାତ୍ର ସଂଗଠନଗୁଡ଼ିକ ନିର୍ବାଚିତ ପାଇଁ ନିରନ୍ତର ଦାବି କରିଆସୁଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଛାତ୍ର ସଂସଦ ନିର୍ବାଚନ ଏକ ଔପଚାରିକତା ନୁହେଁ; ଏହା ଆମ ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ଅଧିକାର, ନିର୍ଭୀକ ମତପ୍ରକାଶ ଏବଂ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ । ଦୁର୍ଭାଗ୍ୟର ବିଷୟ, 2017 ମସିହା ପରଠାରୁ ଦୀର୍ଘ ବର୍ଷ ଧରି ପୂର୍ବ ସରକାର ବିଭିନ୍ନ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଥିଲେ । ନୂତନ ନେତୃତ୍ୱ ସୃଷ୍ଟିକୁ ଭୟ କରି କ୍ୟାମ୍ପସ ଗଣତନ୍ତ୍ରକୁ ଅଣଦେଖା କରିବା ସହ ଯେଉଁ ଛାତ୍ରସମାଜ ରାଜ୍ୟର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖେ, ସେମାନଙ୍କୁ ନିଜ କ୍ୟାମ୍ପସର ପ୍ରତିନିଧି ବାଛିବାର ମୌଳିକ ଅଧିକାରରୁ ଦୂରେଇ ରଖିବା ଥିଲା ଓଡ଼ିଶାର ଯୁବଶକ୍ତି ସହ ସବୁଠାରୁ ବଡ଼ ପ୍ରତାରଣା ।


0 Comments