ଭୁବନେଶ୍ୱର:

k_8df048; font-size: 17px;"> ଖଣି କମ୍ପାନୀ ପାଇଁ ରାଜ୍ୟ ସ୍ଵାର୍ଥକୁ ବଳି ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ବିଜେପି ସାଂସଦଙ୍କ ପାଇଁ ମାଟି ନୁହେଁ, ପାର୍ଟି ବଡ଼ । MMDR ସଂଶୋଧିତ ବିଲକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ପ୍ରଶାସିକାରୁ ନେତ୍ରୀ ହୋଇଥିବା ସୁଜାତା ରାଉତ ପାଣ୍ଡିଆନ ।

ବିଜେଡି ନେତ୍ରୀ ସୁଜାତା ରାଉତ ପାଣ୍ଡିଆନ କହିଛନ୍ତି, "୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ସରକାର OriSED ଆଇନ୍ ଆଣିଥିଲେ ।ଏହି ଆଇନର ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଖଣିଜ ସମ୍ପଦରୁ ଟ୍ୟାକ୍ସ ଆଦାୟ କରିବା । ସେହି ଅର୍ଥକୁ ଓଡ଼ିଶାର ଜନସାଧାରଣଙ୍କର ବିକାଶରେ ବିନିଯୋଗ କରିବା । ସମସ୍ତେ ଜାଣନ୍ତି ୨୦୦୪ରେ ଓଡ଼ିଶାରେ BJD ଓ BJPର ମେଣ୍ଟ ସରକାର ଥିଲା । ଓଡ଼ିଶାର ସ୍ୱାର୍ଥ ଓ ବିକାଶ ପାଇଁ ଅଣାଯାଇଥିବା ଏହି ଆଇନ୍‌କୁ ବିଧାନସଭାରେ ବିଜେଡି, ବିଜେପି ଓ କଂଗ୍ରେସ ଦଳଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା । ତେବେ ଏହି ଆଇନକୁ ବିରୋଧ କରିଥିଲେ ଖଣି କମ୍ପାନୀ ଓ ଖଣି ମାଲିକ ଗୋଷ୍ଠୀ । ସେମାନେ OriSED ଆଇନ୍‌ର ବିରୋଧରେ ଅଦାଲତକୁ ଗଲେ ।ଓଡ଼ିଶା ସରକାରଙ୍କର ନିଷ୍ପତ୍ତି ବିରୋଧରେ ବଡ଼ ବଡ଼ ଓକିଲମାନଙ୍କୁ ନିୟୋଜିତ କଲେ । BJD ସରକାର ଦୀର୍ଘ ବର୍ଷ ଧରି ଅଦାଲତରେ ଲଢ଼େଇ ଜାରି ରଖିଥିଲେ ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ BJD ତାର ଲଢ଼େଇ ଜାରି ରଖିବ। ଯେତେବେଳ ପର୍ଯ୍ୟନ୍ତ ଏହି ଓଡ଼ିଶା ବିରୋଧୀ MMDR ସଂଶୋଧନ ଆଇନ୍‌ର ପ୍ରତ୍ୟାହାର ନ କରାଯାଇଛି, BJD ତାର ଲଢ଼େଇ ଜାରି ରଖିବ । ଏହା କହିଛନ୍ତି ପୂର୍ବତନ ପ୍ରଶାସିକା ତଥା ବିଜେଡି ନେତ୍ରୀ ସୁଜାତା ପାଣ୍ଡିଆନ ।

0 Comments