ଭୁବନେଶ୍ଵର:-ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ 2025 ଚାମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନଭି ମୁମ୍ବାଇର ଡି.ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ମହାମୁକାବିଲାରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ପ୍ରଥମେ ଟିମ୍ ଇଣ୍ଡିଆ ବ୍ୟାଟିଂ କରି 298 ରନ ସ୍କୋର କରିଥିଲା 7 ଓ୍ବିକେଟ ବିନିମୟରେ । ତେବେ 299 ରନ ଟାର୍ଗେଟ ପିଛା କରି 246 ରନରେ ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା ଟିମ୍ । ପ୍ରଥମ ଥର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍ ବିଶ୍ୱ ଚାମ୍ପିଆନ ହୋଇଛନ୍ତି । ହୋମ ଗ୍ରାଉଣ୍ଡରେ ବିଶ୍ୱକପ୍ କ୍ରାଉନ୍ ପିନ୍ଧିଛି ଟିମ୍ ଇଣ୍ଡିଆ ।
an style="font-family: __Noto_Sans_8df048, __Noto_Sans_Fallback_8df048; font-size: 17px; background-color: rgb(250, 250, 250);">ଇତିହାସ ରଚିଲେ ହରମନପ୍ରୀତ କୌରଙ୍କ ଟିମ୍ । ପ୍ରଥମ ଥର ପାଇଁ ଜିତିଲେ ବିଶ୍ୱକପ । ଫାଇନାଲରେ ସେଫାଳୀ, ମାନ୍ଧନା, ଦୀପ୍ତି, ରିଚାଙ୍କ ଦମଦାର ପ୍ରଦର୍ଶନ । 299 ରନ ଟାର୍ଗେଟ ପିଛା କରି ଦକ୍ଷିଣ ଆଫ୍ରିକା 246 ରନରେ ଆଲଆଉଟ୍ । ବିଶ୍ୱକପରେ ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ । 200ରୁ ଅଧିନ ରନ ଏବଂ 22 ଓ୍ବିକେଟ । ରିଚା ଘୋଷଙ୍କ ବିସ୍ଫୋରକ ଇନିଂସ ।