ମୁମ୍ବାଇ:-ବିସିସିଆଇ ଆଇପିଏଲ 2026 ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ଚଳିତ ବର୍ଷ ଆଇପିଏଲ 28 ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ସିଜିନର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍ ଆରସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । କିଛି ରାଜ୍ୟରେ ନିର୍ବାଚନ ଯୋଗୁଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରାଯାଇ ନାହିଁ । ତିନିଟି ରାଜ୍ୟ - ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିବ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) । ସେପଟେ ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଖେଳାଳିଙ୍କ ଯାତ୍ରା ବ୍ୟବସ୍ଥା ନେଇ ଚିନ୍ତା ମଧ୍ୟରେ BCCI, IPL 2026ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରିଛି ।

ତିନିଟି ରାଜ୍ୟରେ ବିଧାନସଭା ନିର୍ବାଚନ ବ୍ୟତୀତ, ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସଂଘର୍ଷ ମଧ୍ୟ ବିସିସିଆଇ ଅଧିକାରୀଙ୍କ ମନରେ ସର୍ବାଗ୍ରେ ରହିବ । ଏହି ଯୁଦ୍ଧ ଅନ୍ତର୍ଜାତୀୟ ଯାତ୍ରାକୁ ବିପର୍ଯ୍ୟୟର ସମ୍ମୁଖୀନ କରିଛି ଏବଂ ଦୋହା ଏବଂ ଦୁବାଇ ଭଳି ପ୍ରମୁଖ ବିମାନବନ୍ଦରଗୁଡ଼ିକର ପରିଚାଳନାକୁ ବ୍ୟାପକ ଭାବେ ପ୍ରତିବନ୍ଧିତ କରାଯାଇଛି । ଏହାର ଫଳସ୍ୱରୂପ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ଦଳର କିଛି ସଦସ୍ୟ ସେମାନଙ୍କର T20 ବିଶ୍ୱକପ୍ ଅଭିଯାନ ସମାପ୍ତ ହେବାର ଗୋଟିଏ

ପ୍ତାହ ପରେ ମଧ୍ୟ ଘରକୁ ପହଞ୍ଚି ପାରି ନାହାନ୍ତି । ଏହି ଦୁଇ ଦେଶର IPL ଅନୁବନ୍ଧିତ ଖେଳାଳିମାନେ ସମୟ ମଧ୍ୟରେ ସେମାନଙ୍କ ଦଳକୁ ରିପୋର୍ଟ କରିବେ କି ନାହିଁ, ତାହା ମଧ୍ୟ ଦେଖିବାକୁ ବାକି ଅଛି ।

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସ୍ଥିର ହୋଇଥିବା ସମସ୍ତ ମ୍ୟାଚ୍ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ମଞ୍ଜୁରୀ ଉପରେ ନିର୍ଭର କରେ । ଯାହା ଗତ ସିଜନରେ ଷ୍ଟାଡିୟମରେ ହୋଇଥିବା ମାରାତ୍ମକ ଦଳାଚକଟା ପରେ ସ୍ଥାନ ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ 13 ମାର୍ଚ୍ଚ, 2026 ରେ ବୈଠକ କରିବାକୁ ଯାଉଛି ।

ଆଇପିଏଲ 2026ର ପ୍ରଥମ ପର୍ଯ୍ୟାୟ 28 ମାର୍ଚ୍ଚରୁ ଏପ୍ରିଲ 12 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ 20ଟି ମ୍ୟାଚ୍ ଖେଳାଯିବ । 29 ମାର୍ଚ୍ଚରେ ୱାଙ୍ଖଡେ ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସର କେକେଆର ସହିତ ମୁକାବିଲା ରହିଛି । ଚେନ୍ନାଇ ସୁପର କିଙ୍ଗ୍ସ 30 ମାର୍ଚ୍ଚରେ ଗୌହାଟିରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ରନର୍ସଅପ୍ ପଞ୍ଜାବ କିଙ୍ଗସ୍ 1 ଏପ୍ରିଲରେ ନୂଆ ଚଣ୍ଡିଗଡ଼ରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ଲିଗର ପ୍ରଥମ ପର୍ଯ୍ୟାୟ 12 ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।


0 Comments