ହରାରେ: ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଷଷ୍ଠ ଥର ପାଇଁ ବିଶ୍ୱ ବିଜେତା ହୋଇଛି। ଇଂଲଣ୍ଡକୁ ଭାରତ ୧୦୦ ରନ୍‌ରେ ପରାସ୍ତ କରିଛି। ୪୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୦.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୧୧ ରନ୍‌ ସଂଗ୍ରହ କରିଛି। ଭାରତର ବିଜୟରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ  ନାୟକ ହୋଇଛନ୍ତି। ସେ ଆଜି ୮୦ଟି ବଲ୍‌ ଖେଳି ୧୭୫ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୧୫ଟି ଚୌକା ଓ ୧୫ଟି ଛକା ସାମିଲ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ୪୧୧ ରନ୍‌ ସଂଗ୍ରହ କରିଥିଲା। 

t-size: 18px; text-align: justify;">ବୈଭବ ସୂର୍ଯ୍ୟବଂଶୀଙ୍କ ଶତକୀୟ ବିସ୍ଫୋରଣ ସହିତ ଭାରତୀୟ ଯୁବ ଦଳ ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ମୁକୁଟ କରାୟତ୍ତ କରିଛି। ସୂର୍ଯ୍ୟବଂଶୀଙ୍କ ୮୦ ବଲ୍‌ରୁ ୧୭୫ ରନ୍‌ ବଳରେ ଭାରତ ୪୧୧ ରନ୍‌ର ବିଶାଳ ସ୍କୋର୍‌ ଠିଆ କରିଥିଲା। ଜବାବରେ ଇଂଲଣ୍ଡ ୫୮ ବଲ୍‌ ପୂର୍ବରୁ ୩୧୧ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ୍‌ ହରାଇଥିଲା। କାଲବ୍‌ ଫାଲକନର୍‌ ଲଢ଼ୁଆ ଶତକ (୬୭ ବଲ୍‌ରୁ ୧୧୫ ରନ୍) ଅର୍ଜନ କରିଥିଲେ ମଧ୍ୟ ଏହା ଇଂଲଣ୍ଡ ପାଇଁ ଯଥେଷ୍ଟ ହୋଇ ନଥିଲା। ଆର୍‌ଏସ୍‌ ଅମ୍ବ୍ରିସ୍‌, ଦୀପେଶ ଦେବେନ୍ଦ୍ରନ,‌ କନିଷ୍କ ଚୌହାନ ମିଳିତ ଭାବେ ୭ ୱିକେଟ୍‌ ଦଖଲ କରି ଇଂଲଣ୍ଡ ବାଟ ଓଗାଳିଥିଲେ। ଚର୍ଚ୍ଚିତ ଶତକ ପାଇଁ ସୂର୍ଯ୍ୟବଂଶୀ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଦ୍ବିତୀୟ ସର୍ବାଧିକ ରନ୍‌ (୪୩୯) ସଂଗ୍ରହ କରିବା ସହ ଗୋଟିଏ ୱିକେଟ୍‌ ନେଇ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ।

0 Comments