ଗୁଆହାଟୀ: 

to_Sans_Fallback_8df048; font-size: 17px;">ତୃତୀୟ T20ରେ ଭାରତ ୧୦ ଓଭର ବାକିଥିବା ବେଳେ ନ୍ୟୁଜିଲାଣ୍ଡକୁ ଆଠ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜରେ ୩-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି । ଯଶପ୍ରିତ ବୁମରାହଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି ।

ଭାରତ ତୃତୀୟ T20 ମ୍ୟାଚ୍‌ରେ ୧୦ ଓଭର ବାକି ଥିବାବେଳେ ନ୍ୟୁଜିଲାଣ୍ଡକୁ ଆଠ ୱିକେଟ୍‌ରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍‌ରେ ୩-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି । ରବିବାର ଗୁଆହାଟୀର ବରସାପାରା କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଗ୍ଲେନ୍ ଫିଲିପ୍ସଙ୍କ ୪୮ ରନ୍‌ର ଇନିଂସ୍ ଯୋଗୁଁ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୫୩ ରନ୍ କରିଥିଲା । ଜବାବରେ, ଭାରତୀୟ ଦଳ ଅଭିଷେକ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍ ଯୋଗୁଁ ମାତ୍ର ୧୦ ଓଭରରେ ୧୫୫ ରନ୍‌ କରି ମ୍ୟାଚ୍‌ ଜିତିଥିଲା ।

ଏହା ପୂର୍ବରୁ ଭାରତ ନାଗପୁରରେ ଖେଳାଯାଇଥିବା ପ୍ରଥମ T20କୁ 48 ରନ୍ ରେ ଜିତିଥିବା ବେଳେ ରାଏପୁରରେ ଖେଳାଯାଇଥିବା ଦ୍ବିତୀୟ T20କୁ 7 ୱିକେଟରେ ଜିତିଥିଲା। ପରବର୍ତ୍ତି ଚତୁର୍ଥ T20 ଆସନ୍ତା 28 ତାରିଖରେ ବିଶାଖାପାଟନମରେ ଖେଳାଯିବାକୁ ଥିବାବେଳେ ପଞ୍ଚମ ତଥା ଶେଷ T20 ଜାନୁଆରୀ 31ରେ ତିରୁଭନନ୍ତପୁରମରେ ଖେଳାଯିବ ।

0 Comments