ମୁମ୍ବାଇ:-T20 ବିଶ୍ବକପ୍ 2026 ରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ । ଏହି ମ୍ୟାଚ୍ ଆସନ୍ତା 15 ତାରିଖରେ ନ୍ୟୁଟ୍ରାଲ ଭେନ୍ୟୁ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । ତେବେ ତା ପୂର୍ବରୁ ପାକିସ୍ତାନ ଏହି ମ୍ୟାଚ୍ ଖେଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ପାକିସ୍ତାନ ସରକାରଙ୍କ ପକ୍ଷରୁ Xରେ ଏକ ପୋଷ୍ଟ କରି ସ୍ପଷ୍ଟ କରାଯାଇଛି ।

ପାକିସ୍ତାନ କ୍ରିଟେକ ଦଳ T20 ବିଶ୍ବକପ୍ 2026 ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ, ମାତ୍ର ଭାରତ ବିପକ୍ଷ ଫେବୃଆରୀ 15ରେ ଖେଳାଯିବାକୁ ଥିବା ଲିଗ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ଏହି ପୋଷ୍ଟରେ ସ୍ପଷ୍ଟ କରାଯାଇଛି ।

T20 ବିଶ୍ୱକପ୍ 2026ର ସହ-ଆୟୋଜକ ଅଛି

ଭାରତ । କିନ୍ତୁ ଫେବୃଆରୀ 15 ତାରିଖରେ ପାକିସ୍ତାନ ସହିତ ଖେଳିବା ପାଇଁ ଭାରତୀୟ ଦଳ ଶ୍ରୀଲଙ୍କା ଯାତ୍ରା କରିବା କାର୍ୟ୍ୟସୂଚୀ ରହିଛି । ଭାରତ ଏବଂ ପାକିସ୍ତାନ 2027 ପର୍ଯ୍ୟନ୍ତ ICC ଇଭେଣ୍ଟ ପାଇଁ ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ଏକ ନ୍ୟୁଟ୍ରାଲ ଭେନ୍ୟୁ ଅର୍ଥାତ୍ ତୃତୀୟ ଦେଶରେ ପରସ୍ପର ସହିତ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଫେବୃଆରୀ 15 ତାରିଖରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଶ୍ରୀଲଙ୍କାର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟସୂଚୀ ଜାରି ହୋଇସାରିଛି । ଏବେ ବଲ୍ ଆଇସିସି ଏବଂ ବିସିସିଆଇର କୋର୍ଟରେ । ସମସ୍ତେ ସେମାନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ପାକିସ୍ତାନର ଏହି ସରକାରୀ ନିର୍ଦ୍ଦେଶ ସମ୍ପର୍କରେ, ପାକିସ୍ତାନ T20 ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବ, କିନ୍ତୁ କଲମ୍ବୋରେ ଭାରତ ସହିତ ଖେଳିବ ନାହିଁ । ଏହି ନିଷ୍ପତ୍ତି କ୍ରିକେଟ୍ ପ୍ରେମୀଙ୍କୁ ଗଭୀର ନିରାଶ କରିଛି । ଉଭୟ ଦେଶର କ୍ରିକେଟ୍ ପ୍ରେମୀ ଏହି ହାଇ-ପ୍ରୋଫାଇଲ୍ ଏବଂ ହାଇ-ଭୋଲଟେଜ୍ ମ୍ୟାଚ୍ ପାଇଁ ବହୁତ ଦିନ ଧରି ଅପେକ୍ଷା କରିଆସୁଛନ୍ତି । ଏବେ ଏକ ଦ୍ୱନ୍ଦ୍ୱର ପରିସ୍ଥିତି ସୃଷ୍ଟି ହୋଇଛି।

0 Comments