ଢେଙ୍କାନାଳ: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘର ଉପରେ ଭିଜିଲାନ୍ସ ଚ

ଢ଼ାଉ କରିଛି । ସୁନା, ପ୍ଲଟ ସାଙ୍ଗକୁ ବିପୁଳ ଟଙ୍କା ଜବତ ହୋଇଛି ।

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ । ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି । କଟକ ଭିଜିଲାନ୍ସ ନେତୃତ୍ୱରେ ୮ଟି ଟିମର ୪୦ରୁ ଊର୍ଦ୍ଧ୍ବ ଭିଜିଲାନ୍ସ କର୍ମଚାରୀ ଏକ କାଳୀନ ୮ଟି ସ୍ଥାନରେ ଚଢ଼ାଉ କରି ଛାନ ଭିନ କରୁଛନ୍ତି । କଟକ ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ନିର୍ଦ୍ଦେଶରେ 7 ଜଣ ଡିଏସପି ଓ 15 ଜଣ ଇନିସପେକ୍ଟର ଓ ଅନ୍ୟାନ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ଢେଙ୍କାନାଳ ସହର ଗାୟତ୍ରୀ ନଗର ସ୍ଥିତ ରାମଚନ୍ଦ୍ରଙ୍କର ପ୍ରାୟ ୫ ହଜାର ବର୍ଗ ପରିମିତ ଦୁଇ ମହଲା ଆଲିଶାନ ବଙ୍ଗଳା, 326 ଗ୍ରାମ ସୁନା, 17ଟି ପ୍ଲଟ, 64 ଲକ୍ଷର ବ୍ୟାଙ୍କ ଡିପୋଜିଟ, ଦୁଇଟି କାର, ଜୁନାଗଡରେ ଥିବା ଜ୍ବାଇଁଙ୍କ ଘରୁ 24 ଲକ୍ଷ ଟଙ୍କା ।

ଏହା ସହିତ କଟକ ତ୍ରିଶୁଳିଆ ଠାରେ ଏକ ନିର୍ମାଣଧୀନ କୋଠା ଓ ପ୍ଲଟ ମଧ୍ୟ ଭିଜିଲାନ୍ସ ଠାବ କରିଛି । ତେବେ ଢେଙ୍କାନାଳ ବାସ ଭବନ ସମେତ, ତାଙ୍କ ପୈତୃକ ଘର ବଣସିଂହ, ଗଁନ୍ଦିଆର କରମୂଳ, ଗଁନ୍ଦିଆ, ଆଠମଲ୍ଲିକ ସ୍ଥିତ ବ୍ଲକ କାର୍ଯ୍ୟାଳୟ, ସରକାରୀ କ୍ୱାଟର, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓ ଜୁନାଗଡ଼ ସ୍ଥିତ ତାଙ୍କ ଦୁଇ ଝିଅଙ୍କ ଘର ଏପରି ୮ଟି ସ୍ଥାନରେ ଚଢ଼ାଉ କରି ଛାନଭିନ କରୁଛନ୍ତି ଭିଜିଲାନ୍ସର ୮ ଟିମ । ଆଜି ଭୋର ସମୟରେ ଏହି ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ଢେଙ୍କାନାଳ ବାସଭବନରୁ ରାମଚନ୍ଦ୍ରଙ୍କୁ ଭିଜିଲାନ୍ସ ପକ୍ଷରୁ ଆଠମଲ୍ଲିକକୁ ନିଆଯାଇ ସେଠାରେ ପଚରା ଉଚରା ଜାରି ରହିଛି ।

0 Comments