op-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57;">ଢେଙ୍କାନାଳ: ହିନ୍ଦୋଳ ରୁଙ୍ଗଟା କାରଖାନାରେ ପୁଣି ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ସାଇଡରେ ଘଟିଛି ଏହି ଦୁର୍ଘଟଣା । ଏସଏମଏସ ସାଇଡର ୬ନମ୍ବର ହଟ୍ ଟ୍ୟାଙ୍କ ଲିକେଜ ଯୋଗୁଁ ପମ୍ପଚର ହୋଇଛି । ଫଳରେ ଏହି ହଟ୍ ଟ୍ୟାଙ୍କ ଫାଟି ଯାଇଛି । ତେବେ ଏହି ବିସ୍ଫୋରଣରେ କାହାରି କିଛି କ୍ଷତି ହୋଇ ନଥିଲେ ମଧ୍ୟ କାରଖାନାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ । ଏପରିକି ଦୁର୍ଘଟଣାରେ ଏକ ବଡ଼ ଧରଣର ଶବ୍ଦ ହୋଇଥିବାବେଳେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ଏଣେତେଣେ ଦୌଡ଼ି ପଳାଇଥିଲେ । କିଛି ସମୟ ଏହି ଏସଏମଏସ ଅଞ୍ଚଳରେ କଳା ଧୂଆଁରେ ଆକାଶ ଆଚ୍ଛାଦିତ ହୋଇଯାଇ କାମ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ଥିବା ସୂଚନା ମିଳିଛି । 

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମ ନିକଟରେ ଏହି ରୁଙ୍ଗଟା ମାଇନ୍ସ କାରଖାନା ରହିଛି । ଗତ କିଛି ଦିନ ପୂର୍ବେ ମଧ୍ୟ ଏହି କାରଖାନା ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଆଉ ପୁଣି ଏପରି ଅଘଟଣକୁ ନେଇ କାରଖାନାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ଭୟଭୀତ ହୋଇପଡିଛନ୍ତି ।

0 Comments