କଟକ: 

__Noto_Sans_4cce57, __Noto_Sans_Fallback_4cce57; font-size: 17px;">ସବୁ କଳ୍ପନା ଜଳ୍ପନା ଅନ୍ତ ଘଟିଲା । ଓଡିଶାର ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି ପିତାମ୍ବର ଆଚାର୍ଯ୍ୟ । ରାଜ୍ୟପାଳ ପିତାମ୍ବର ଆଚାର୍ଯ୍ୟଙ୍କୁ ଓଡିଶାର ପରବର୍ତ୍ତୀ ଏଜି ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମୋହନ ସରକାର ଆଜି ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଆଡ଼ଭୋକେଟ ଜେନେରାଲ ବା ଏଜିଙ୍କୁ ନିଯୁକ୍ତି ଦେଇଛନ୍ତି । ପୂର୍ବ ଏଜି ଅଶୋକ ପରିଜାଙ୍କ ଇସ୍ତଫା ଦେବାର ପ୍ରାୟ 45 ଦିନ ପରେ ନୂଆ ଏଜି ନିଯୁକ୍ତ ହୋଇଛନ୍ତି । ଦୀର୍ଘ ଦିନ ହେଲା ଏହି ସାମ୍ବିଧାନିକ ପଦ ପୂରଣ ହୋଇନଥିବାରୁ ସବୁ ଆଡୁ ସମାଲୋଚନାର ସାମ୍ନା କରୁଥିଲେ ମୋହନ ସରକାର । ଏନେଇ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଆଜି ନୂଆ ଏଜିଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏଜି ପଦରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଇସ୍ତଫା ଦେଇଥିଲେ । ଫଳରେ ଜୁନ 5ରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଏହି ପଦର କାମଚଳା ଦାୟିତ୍ଵ ଦିଆଯାଇଥିଲା । ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏହି ସାମ୍ବିଧାନିକ ପଦ ଲାଗି ରେସରେ ଥିଲେ ।


0 Comments