ଭୁବନେଶ୍ବର: 24 ବର୍ଷ ପରେ ରାଜ୍ୟରେ ବଦଳିଲା ସତ୍ତା । ବିଜେଡି ହାତରୁ କ୍ଷମତା ଡୋରି ଛଡାଇ ଆଣି ଶାସନ ଗାଦିରେ ବସିଛି ବିଜେପି । ଆଉ ଏହାରି ମଧ୍ୟରେ ବିଜେପିକୁ ସରକାରକୁ ଆସିବାରେ 100 ଦିନ ପୂରିଛି । ଶହେ ଦିନରେ କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସର

ାର । ତାର ଟିକନିକ୍‌ ହିସାବ ଜନତାଙ୍କୁ ଦେବେ । ଲୋକଙ୍କ ଆଗରେ 100 ଦିନର ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ମୋହନ ସରକାର । ଜଗନ୍ନାଥ ଧାମରେ ଏଥିପାଇଁ ବଡଧରଣର କାର୍ଯ୍ୟକ୍ରମ କରୁଛି ବିଜେପି । ରାଜ୍ୟବ୍ୟାପି ଚାରି ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି( 19 ସେପ୍ଟେମ୍ବର) ଶରଧାବାଲିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ।

ରାଜ୍ୟବ୍ୟାପୀ ଚାରି ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ପ୍ରଥମ ଦିନ ଅର୍ଥାତ୍‌ ଆସନ୍ତାକାଲି(19 ସେପ୍ଟେମ୍ବର)ରେ କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ 100 ଦିନ କାର୍ଯ୍ୟର ରିପୋର୍ଟ ଉପସ୍ଥାପନ କରିବେ । ପରେ ଆସନ୍ତା ୨୦, ୨୧, ୨୨ ତାରିଖରେ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଓଡ଼ିଶାରେ ବିଜେପି ସରକାରଙ୍କ ଶହେ ଦିନର ପୂର୍ତ୍ତିରେ ଉତ୍ସବ ହେବ । ରାଜ୍ୟରେ ବିଜେପି ସରକାରଙ୍କ ୧୦୦ ଦିନର ସଫଳତା । ଲୋକଙ୍କ ପାଇଁ ଶହେ ଦିନ ଭିତରେ ବିଜେପି ସରକାର କଣ କଣ କରିଛନ୍ତି ? ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସରକାରକୁ ଆସିବା ପରେ କଣ କଣ ପଦକ୍ଷେପ ନେଇଛନ୍ତି ସାଧାରଣ ଲୋକଙ୍କୁ ଅବଗତ କରାଯିବ ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆସନ୍ତାକାଲି ପୁରୀରେ ସରକାର 100 ଦିନ ପୂରଣର କାର୍ଯ୍ୟକ୍ରମ ଅଛି । ମୁଖ୍ୟମନ୍ତ୍ରୀ, ଅଧିକାଂଶ ମନ୍ତ୍ରୀ ମଣ୍ଡଳ ସଦସ୍ୟ ଉପସ୍ଥିତ ରହିବେ । ଦଳର ତୁଙ୍ଗ ନେତା ମାନେ ରହିବେ । 20, 21, 22 ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ 100 ଦିନର ଉପଲବ୍ଧିର ରିପୋର୍ଟ ଦେଲା ବିଜେପି । ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଗୋଟି ଗୋଟି ହିସାବ ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ ।

0 Comments