ନିକଟରେ ଗୁଳିମାଡର ଶିକାର ହୋଇ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ପୂର୍ବତନ ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ଗୁଳିମାଡ ଉଦ୍ୟମ ହୋଇଛି । ଗତକାଲି ଫ୍ଲୋରିଡାରେ ଟ୍ରମ୍ପ ଏକ ଗଲ୍ଫ ଗ୍ରାଉଣ୍ଡରେ ଥିବା ସମୟରେ ବାହାରେ ଗୁଳିମାଡ ହୋଇଛି । ଆମେରିକାର ସୁରକ୍ଷା ଏଜେନ୍ସି ‘ସିକ୍ରେଟ ସର୍ଭିସ’ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହି ଗୁଳିକାଣ୍ଡରେ ଟ୍ରମ୍ପ ହିଁ ଅପରାଧୀଙ୍କ ଟାର୍ଗେଟରେ ଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ଟ୍ରମ୍ପଙ୍କ ପୁଅ ଟ୍ରମ୍ପ ଜୁନିଅର ଟ୍ବିଟ କରି କହିଛନ୍ତି,''ଓ୍ବେଷ୍ଟ-ପ୍ଲାମ ବିଚରେ ଟ୍ରମ୍ପ ଗଲ୍ଫ କୋର୍ସରେ ଗୁଳିକାଣ୍ଡ ଘଟିଛି । ଏକ ବୁଦା ଭିତରୁ AK-47 ରାଇଫଲ ଜବତ କରାଯାଇଛି । ଟ୍ରମ୍ପ ନିର୍ବାଚନ କ୍ୟାମ୍ପନିଂ ୟୁନିଟ୍‌ ‘ଟ୍ରମ୍ପ କ୍ୟାମ୍ପେନ’ ଏକ ବିବୃତ୍ତି ଜାରି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ସୁରକ୍ଷିତ ଥିବା କହିଛି । ଗୁଳିକାଣ୍ଡ ଘଟଣାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ''

ଆମେରିକା ସିକ୍ରେଟ ସର୍ଭିସର ମୁଖ୍ୟ ପ୍ରବକ୍ତା ଆଣ୍ଟୋନି ଗୁଗଲିମି ଟ୍ୱିଟ୍ କରି କହିଛନ୍ତି, '' ଗୁଳିକାଣ୍ଡ ଘଟଣା ନେଇ ସିକ୍ରେଟ୍ ସର୍ଭିସ୍, ପା

୍‌ ବିଚ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ସହିତ ମିଳିତ ଭାବରେ ଅନୁସନ୍ଧାନ କରାଯାଉଛି । ଗତକାଲି ଅପରାହ୍ନ 2ଟା ପୂର୍ବରୁ ଏପରି ଘଟଣା ଘଟିଥିଲା । ପୂର୍ବତନ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି । ଖୁବ୍ ଶୀଘ୍ର ଏନେଇ ଅଧିକ ବିବରଣୀ ପ୍ରକାଶ କରାଯିବ ।''

ଟ୍ରମ୍ପ କହିଛନ୍ତି, "ମୋ ଆଖପାଖରେ ଗୁଳି ବିନିମୟ ହୋଇଥିବା ଶବ୍ଦ ମୁଁ ଶୁଣିବାକୁ ପାଇଥିଲି, କିନ୍ତୁ କୌଣସି ଗୁଜବ ସୃଷ୍ଟି ହେବା ପୂର୍ବରୁ ମୁଁ ଚାହୁଁଥିଲି ଯେ ଆପଣ ଏହା ପ୍ରଥମେ ଜାଣନ୍ତୁ କି, ମୁଁ ସୁରକ୍ଷିତ ଏବଂ ଭଲ ଅଛି । କେହି ମୋତେ ରୋକି ପାରିବେନାହିଁ, କି ମୁଁ କେବେ ନିଜକୁ ସରେଣ୍ଡର କରିବି ନାହିଁ । ମୋତେ ସମର୍ଥନ କରିଥିବା ଲୋକଙ୍କ ପ୍ରତି ମୋ ଭଲ ପାଇବା ରହିଛି । ''

ଜୁଲାଇ 14 ତାରିଖ ଦିନ ପେନ୍‌ସିଲଭେନିଆ ସହରରେ ଏକ ରାଲିରେ ଜନତାଙ୍କୁ ସମ୍ବୋଧନ କରୁଥିବା ସମୟରେ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା । ଏଥିରେ ସେ ଆହତ ହୋଇଥିଲେ । ତାଙ୍କର ଡାହାଣ କାନର ଉପରେ ଅଂଶରେ ଗୁଳି ବାଜି ବାହାରି ଯାଇଥିଲା । ଗୁଳିମାଡ ପରେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା । ଜଣେ 20ବର୍ଷୀୟ ଯୁବକ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଗୁଳିକାଣ୍ଡର କିଛି ମିନିଟ ମଧ୍ୟରେ ସିକ୍ରେଟ ସର୍ଭିସ ସ୍ନାଇପରଙ୍କ ଗୁଳିରେ ତାର ମୃତ୍ୟୁ ମଧ୍ୟ ହୋଇଥିଲା ।

0 Comments