କେନ୍ଦୁଝର : ଆଜି କେନ୍ଦୁଝର ଜିଲା ଓକିଲ ସଂଘର ନିର୍ବାଚନ ଆରମ୍ଭ ହୋଇଥିଲା। ସକାଳ ୮ ଟାରୁ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ ସୁଦ୍ଧା ସମସ୍ତ ନିର୍ବାଚନ ଫଳ ଘୋଷଣା ହୋଇଥିଲା। ସମୁଦାୟ ୪୮୧ ଜଣ ଭୋଟ ଦାନ ଦେବାକୁ ଥିବା ବେଳେ ପୋଷ୍ଟାଲ ଭୋଟକୁ ମିଶାଇ ୪୨୯  ଭୋଟର ଭୋଟ ଦାନ କରିଥିଲେ। ଗତ କାଲି ୨୦ ଜଣ ପୋଷ୍ଟାଲ ଭୋଟ ଦେଇଥିଲେ।  ସଭାପତି ଭାବେ ଦୁଇ ଜଣ ନିର୍ବାଚନ ଲଢ଼ୁଥିବା ବେଳେ ୪ ଜଣ ଉପସଭାପତି, ୪ ଜଣ ସମ୍ପାଦକ, ୬ ଜଣ ଯୁଗ୍ମ ସମ୍ପାଦକ, ୮ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ନିର୍ବାଚନ ଲଢ଼ିଥିଲେ।

ସଭାପତି ଭାବେ ଆଲୋକ ମହାନ୍ତ ୨୬୨ ଭୋଟ ପାଇଥିବା ବେଳେ , ଉପସଭାପତି ଭାବେ ଭାରତ ଭୁଷଣ ଦାସ ୨୧୯ ଭୋଟ ପାଇ ବିଜୟୀ ହୋଇଛନ୍ତି । ପ୍ରଥମ ଥର ସମ୍ପାଦକ ଭାବ

ଅକ୍ଷୟ ଜେନା ନିର୍ବାଚିତ ହୋଇଥିବା ବେଳେ ୨୧୯ ଭୋଟ ପାଇଥିଲେ। ସେହିପରି ଯୁଗ୍ମ ସମ୍ପାଦକ ଭାବେ ତାରିଣୀ ପ୍ରସାଦ ପୋଥାଳ ୧୫୯, ହୁସେନ ଉଦ୍ଦିନ ୧୪୯ ଭୋଟ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଅର୍ଚ୍ଚନା ଦାସ ୧୯୫, ହଳଦର୍ ମହାନ୍ତ୧୬୫, ଶାନ୍ତିଲତା ମହାରଣା ୨୩୦, ସୁବ୍ରତ କୁମାର ସେଠୀ ୧୭୭, ଦିବ୍ୟରଞ୍ଜନ ସେଠୀ ୨୪୪ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

 ପ୍ରାର୍ଥୀ ମାନେ ଫୋଟ କେନ୍ଦ୍ର ବାହାରେ ସମର୍ଥକ ଙ୍କ ସହିତ ନିଜ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଖରା ସତ୍ତ୍ଵେ ଭୋଟ ଦେବାକୁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ନିର୍ବାଚନ ଫଳାଫଳ ଘୋଷଣା ପରେ ସଦସ୍ୟ ମାନେ ବାଣ ଫୁଟାଇ, ଫୋଟ ଉଠାଇ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସ୍ଵାଗତ କରିଥିଲେ।

0 Comments