କେନ୍ଦୁଝର -ବୈଜ୍ଞାନିକ କାଳ ଗଣନା ଆଧାରରେ ଚୈତ୍ର ଶୁକ୍ଳ ପ୍ରତିପଦା ହେଉଛି ସୃଷ୍ଟି ସର୍ଜନା ଓ କାଳ ଗଣନାର ପ୍ରାରମ୍ଭ । ଚଳିତ ବର୍ଷ କଳି ଯୁଗାବ୍ଦ ୫୧୨୭, ବିକ୍ରମ ସମ୍ବତ ୨୦୮୨ ବର୍ଷ ପଡ଼ୁଥିବା ବେଳେ ହିନ୍ଦୁ ସଂଗଠନ ଗୁଡ଼ିକ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହେଉଥିବା ବେଳେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ହିନ୍ଦୁ ସଂଗଠନ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ ମଧ୍ୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ଠାର
ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ହିନ୍ଦୁ ଜାଗରଣ ମଞ୍ଚ ରାଜ୍ୟ ସଙ୍ଗଠନ ମନ୍ତ୍ରୀ ତନ୍ମୟ ଦାସ ଯୋଗ ଦେଇଥିଲେ। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ହିନ୍ଦୀ ସଙ୍ଗୀତ ଜଗତର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ପୂଜା ଗୋଲାନି। ପ୍ରଥମେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଗୀତ ପରିବେଷଣ କରାଯାଇଥିବା ବେଳେ ପୂଜା ଗୋଲାନିଙ୍କ ଆଧ୍ୟାତ୍ମିକ ସଙ୍ଗୀତରେ ଦର୍ଶକ ବିଭୋର ହୋଇଥିଲେ।