କେନ୍ଦୁଝର- କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡିଶା ତଥା କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କୃଷକ ମୋର୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ।

 ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଓ ଓଡ଼ିଶାର ଚାଷୀ ଦରଦୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନଚରଣ ମାଝୀ ଚାଷୀ ମାନଙ୍କ ର ଆୟକୁ ଦୁଇ ଗୁଣା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ମାନ ପ୍ରଣୟନ କରିଛନ୍ତି।

ଓଡିଶା ରାଜ୍ୟ କୃଷି ପ୍ରଧାନ ରାଜ୍ୟ ଅଟେ ଓ ଧାନ ଚାଷ ପ୍ରଧାନ ଚାଷ ଅଟେ। ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରରେ ୨୪ ବର୍ଷ ଶାସନ କାଳରେ ଓଡ଼ିଶାର ଧାନ ଚାଷୀ ମାନେ ଧାନ କିଣା ବିକା ରେ ଘୋର ସଂକଟ ଜନକ ପରିସ୍ଥିତି ର ସମୁଖୀନ ହେବାକୁ ପଡୁଥିଲା। ତତସହିତ ଧାନ ଚାଷୀ ତାର ପ୍ରକୃତ ଲାଭଜନକ ମୁଲ୍ୟ ନପାଇ ରୁଣଗ୍ରସ୍ତ ହେଇ ଆତ୍ମହତ୍ୟା କରିଥିଲା। ୨୦୧୫ ମସିହା ରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ଚାଷୀ ସମାବେଶ ରେ ସେତେବେଳେ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନ କୁଇଣ୍ଟାଲ ପ୍ରତି ୧ ଶତ ଟଙ୍କା ବୋନସ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ କିନ୍ତୁ ତାଙ୍କ ସରକାର ପଳାଇଲା ୯ ବର୍ଷ ଭିତରେ ଶହେ ଟଙ୍କା ବୋନସ ଦେଲେ ନାହିଁ। ଓଡ଼ିଶା ର ଚାଷୀ ମାନଙ୍କୁ ନବୀନ ପଟ୍ଟନାୟକ ବିଶ୍ବାସ ଘାତକତା କଲେ।

୨୦୨୪ ନିର୍ବାଚନ ରେ ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାର ଆସିବା ପରେ ଚାଷୀ ମାନଙ୍କୁ ଚଳିତ ଖରିଫ ଧାନ କିଣା ରେ କୁଇଣ୍ଟାଲ ପ୍ରତି ୩୧୦୦ ଶହ ଟଙ୍କା ପ୍ରଦାନ କରବା ପାଇଁ ଘୋଷଣା କରିଥିଲେ। ଚଳିତ ଖରିଫ ଧାନ କିଣା କାରବାରରେକୁ ସ୍ଵଛତାର ସହିତ କରିବା ପାଇଁ  ବିଜେପି ସରକାର ବ୍ୟାପକ ବ୍ୟବସ୍ଥା କରିଥିଲେ। ରାଜ୍ୟ ର ୩୦ ଗୋଟି ରାଜସ୍ବ ଜିଲ୍ଲାରେ ସର୍ବ ମୋଟ ୪ ହଜାର ୧୯୩ ଗୋଟି ଧାନମଣ୍ଡୀ ଦ୍ଵାରା ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କାର୍ଯ୍ୟ ରାଜ୍ୟ ସରକାର କରିଥିଲେ। ୨୦୨୩ - ୨୪ ବର୍ଷ ରେ ଖରିଫ ଧାନ ଓଡିଶା ରେ ୫୮ ଲକ୍ଷ ମୋଟ୍ରିକ ଟନ ସରକାର କିଣିଥିଲେ। ୨୦୨୪-୨୫ ବର୍ଷ ଖରିଫ୍ ଧାନ ୧୬ ଲକ୍ଷ ୫୯ ହଜାର ୧୪୧ ଜଣ ଚାଷୀ ମାନଙ୍କ ଠାରୁ ରାଜ୍ୟ ସରକାର ୭୩ ଲକ୍ଷ ୪୩ ହଜାର ୬୪୬ କୁଇଣ୍ଟାଲ ଧାନ ସଂଗ୍ରହ କରି ସମସ୍ତ ରୋକଡ୍ ଭଙ୍ଗ କରି ଇତିହାସ ସୃଷ୍ଟି କରିଛନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ କହିଛନ୍ତି। ଚଳିତ ବର୍ଷ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାର ଧାନ କିଣା କାରବାର ଶୃଙ୍ଖଳିତ ଓ ସ୍ୱଚ୍ଛତାର ସହିତ କରିବା ସହ ସମସ୍ତ ଚାଷୀ ମାନଙ୍କ ର ଧାନ କୁ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ରେ ମୂଲ୍ୟ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ

କରି ସାରା ଦେଶରେ ସୁନାମ ଅର୍ଜନ କରିଛନ୍ତି। ଏଥି ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଏକ ପ୍ରେସମିଟ କରି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି। କେନ୍ଦୁଝର ଜିଲ୍ଲା ରେ ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର ୯୫ ଗୋଟି ଧାନମଣ୍ଡୀ ଦ୍ଵାରା ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିଲା। ୨୦୨୩-୨୪ ମସିହା ରେ ୬୦ ହଜାର ୯୪୧ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିବା ବେଳେ ୪୨ ହଜାର ୬୫୮ ଜଣ ଚାଷୀ କେନ୍ଦୁଝର ଜିଲ୍ଲା ରେ ଚାଷୀ ମାନଙ୍କ ଠାରୁ ଧାନ ୧୫ ଲକ୍ଷ ୮୦ ହଜାର ୪୮.୬୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ୨୦୨୪-୨୫ ମସିହା ରେ କେନ୍ଦୁଝର ଜିଲ୍ଲା ରେ ୫୯ ହଜାର ୬୭୩ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ଧାନମଣ୍ଡୀ କୁ ୫୬ ହଜାର ୫୬୮ ଜଣ ଚାଷୀ ଧାନ ବିକ୍ରି ପାଇଁ ଆଣି ୨୧ ଲକ୍ଷ ୮୮ ହଜାର ୮୪୩. ୫୯ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି।

କେନ୍ଦୁଝର ଜିଲ୍ଲା ରେ ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର ରେକଡ଼ ସୃଷ୍ଟି କରିଛି। ଧାନ କିଣା କାରବାରରେ ବାଧା ସୃଷ୍ଟି କରିବା ଓ ଚାଷୀ ମାନଙ୍କୁ ହଇରାଣ ହରକତ କରିଥିବା ଅଭିଯୋଗ ରେ ଦେଓଗାଁ ସେବା ସମବାୟ ସମିତି ଓ ଖାଲିଆମେଣ୍ଟା ସେବା ସମବାୟ ସମିତି ର ସଂପାଦକ ଙ୍କୁ ଚାକିରି ରୁ ନିଲମ୍ବିତ କରାଯାଇଥିବା ବେଳେ ଦେଓଗାଁ ସେବା ସମବାୟ ସମିତି ର ଡିଏଓ ଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଧାନ କିଣା କାରବାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାର ଐତିହାସିକ ପଦକ୍ଷେପ ତଥା ଶୃଙ୍ଖଳିତ ଓ ସଚ୍ଚୋଟତାର ସହିତ କରିଥିବା ରୁ ଚାଷୀ ମାନଙ୍କ ମଧ୍ୟରେ ଆଶାର ସଞ୍ଚାର ସୃଷ୍ଟି ହୋଇଛି। ଓଡ଼ିଶା ର ଧାନ ଚାଷୀ ଆଜି ଲାଭାନ୍ୱିତ ହେବା ସହିତ ମୋହନ ଚରଣ ମାଝୀ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏଥର ଧାନ କିଣା କାରବାର ବିଜେପି ସରକାର ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଧାନ କିଣା କାରବାର ସଫଳତା ର ସହିତ କରିଥିବା ରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର, ଓଡିଶା ର ସମସ୍ତ ପ୍ରଶାସନିକ ଅଫିସର ଓ କର୍ମଚାରୀ, ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟ ର ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲା ବିଜେପି ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ ସଂଯୋଜନା କରିଥିବା ବେଳେ ଜିଲ୍ଲା କୃଷକ ମୋର୍ଚା ସଭାପତି ଭାଗିରଥି ସିଂହ, ବିଜେପି ନେତା ସୁବ୍ରତ ମହାନ୍ତି ଓ ବିଜେପି ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶଚନ୍ଦ୍ର ସୂତ୍ରଧର ଉପସ୍ଥିତ ଥିଲେ।

0 Comments