ଆଜି ବିଶ୍ୱ ପଖାଳ ଦିବସ। ଗାଁ ରୁ ସହର ଏହି ଦିବସ ପାଳିବା ପାଇଁ ବେଶ୍ ତତ୍ପରତା ଦେଖା ଦେଇଛି। କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହାକୁ ପାଳନ କରିଛି ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେନ୍ଦୁଝର ଶାଖା। ସ୍ଥାନୀୟ ହାଇ ଫାଇବ ରେଷ୍ଟୁରାଣ୍ଟରେ ସାହିତ୍ୟ ପରିଷଦ ପକ୍ଷରୁ ଏହି ଦିବସ ପାଳନ କରାଯାଇ ପଖାଳ ଉପରେ ସାହିତ୍ୟ ଚର୍ଚ୍ଚା, କବିତା ପାଠ ଅନୁଷ୍ଠିତ ହୋଇଥିଲା। ପଖାଳ ସହ କେନ୍ଦୁଝରର ବଡି ବେଶ ଜଡ଼ିତ ଏବଂ ପ୍ରସିଦ୍ଧ। କେନ୍ଦୁଝର ବଡିକୁ ବିଶ୍ଵ ପଟରେ ରଖିବା ପାଇଁ ଏହି ପଖାଳ ଦିବସ ଆସରରେ ସାହିତ୍ୟିକ, ଯୁବ ପିଢ଼ି ଓ ବୁଦ୍ଧିଜିବୀଙ୍କୁ ଆହ୍ଵାନ ଦିଆଯାଇଥିଲା। ଆଜିର ଏହି ପଖାଳ ଦିବସ ସାହିତ୍ୟ ପରିଷଦ ଜିଲ୍ଲା ସଭାପତି ଯୋଗେନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନି
କୁ ସାହୁ ମୁଖ୍ୟ ଅତିଥି, ପୂର୍ବତନ ସିଡିଏମଓ ଭାରତୀ ବେହେରା, ବିଶିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମଦନ ମୋହନ ମହାପାତ୍ର, ମିଲନି ସାହିତ୍ୟ ସଂସଦ ଯୁଗ୍ମ ସମ୍ପାଦକ ହରିହର ମହାନ୍ତ, ଲେଖିକା ସାହିତ୍ୟ ସଂସଦ ସମ୍ପାଦିକା ଇନ୍ଦୁମତି ପାତ୍ର, ଆରଡେଇ ସାହିତ୍ୟ ସଂସଦ ସଭାପତି ବସନ୍ତ କୁମାର ବାରିକ, ସାହିତ୍ୟ ପରିଷଦ ଜିଲ୍ଲା ସମ୍ପାଦିକା ଡ଼ ଶୁଭସ୍ମିତା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଲନା କରିଥିଲେ ସାହିତ୍ୟ ପରିଷଦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅବିନାଶ ଦାସ। ଅନ୍ୟ ମାନଙ୍କ ମଧ୍ୟରେ ଅପର୍ଣ୍ଣା ବେହେରା, ବର୍ଷା ରାଣୀ ବାରିକ, ତୃପ୍ତିମୟୀ ମହାରଣା, ସରିତା ମହାନ୍ତ, ତପସ୍ଵିନୀ ସେଠୀ, ରତନ କୁମାର ମହାକୁଡ଼, ଗୁରୁଚରଣ ମହାକୁଡ଼, ଦେବବ୍ରତ ସାହୁ, ଓମ୍ ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ କବିତା ପାଠ କରିଥିଲେ।