ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ପରେ ତାଉ ଦେଖାଇଲାଣି ତାତି । ଆଗାମୀ 3 ଦିନ ଧରି ରାଜ୍ୟରେ ଜାରି ରହିବ ହିଟୱେଭ । ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର(
ଆସନ୍ତା ୨୪ ଘଣ୍ଟାରେ ବଢ଼ିବ ତାପମାତ୍ରା । ଆଗାମୀ ୩ ଦିନରେ ଦିନ ସମେତ ରାତ୍ରିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ଆସନ୍ତାକାଲି କେତେକ ସ୍ଥାନରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିପାରେ । କାଲି ପାଇଁ ଗୋଟେ କିମ୍ବା ଦୁଇଟି ଜିଲ୍ଲାରେ ହିଟୱେଭ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ‘ଗତ 24 ଘଣ୍ଟାରେ ସର୍ବାଧିକ ତାପମାତ୍ରା ବୌଦ୍ଧ ଜିଲ୍ଲାରେ 39.8 ଡିଗ୍ରୀ ରେକର୍ଡ କରାଯାଇଛି । 30 ଡିଗ୍ରୀରୁ ଅଧିକ ତାପମାତ୍ରା 12ଟି ଜିଲ୍ଲାରେ ରେକର୍ଡ କରାଯାଇଛି । ଆଗାମୀ 5 ଦିନ ମଧ୍ୟରେ ତାପମାତ୍ରା 2 ରୁ 4 ଡିଗ୍ରୀ ସେଲସିୟସ ବଢିବାର ସମ୍ଭାବନା ରହିଛି । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ଦେଖାଯିବାର ସମ୍ଭାବନା ନାହିଁ । ରାତିର ସର୍ବନିମ୍ନ ତାପମାତ୍ରା ଯଦି ଦେଖିବା ବଢିବାର ସମ୍ଭାବନା ରହିଛି । 2ରୁ 4 ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଆଗାମୀ 3 ଦିନରେ 2ରୁ3 ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ତା ପରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।
0 Comments