ଭୁବନେଶ୍ୱର - କିଛି ଦିନ ହେଲା ଓଡ଼ିଶା ବିଧାନସଭା ଉଲ୍ଲଂଘନ ହୋଇଛି । ବିରୋଧୀ ଦଳ ବିଧାନସଭା ମର୍ଯ୍ୟାଦା ଉଲ୍ଲଂଘନ କରିଛନ୍ତି । ବାଚସ୍ପତିଙ୍କୁ ଯେଉଁଭଳି ବ୍ଯବହାର କରାଗଲା, ତାହା ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳଠୁ ଆଶା କରାଯାଏନି । ଏହାକୁ ବିଜେପି ନିନ୍ଦା କରୁଛି । ବିରୋଧୀ ଦଳ ଗଠନମୂଳକ ସମାଲୋଚନା କରିବା ଉଚିତ୍ । ବିରୋଧୀ ଦଳରେ ରହିବାର ମାନସିକତା ସେମାନଙ୍କର ନାହିଁ । ପ୍ରଚାର, ଅପପ୍ରଚାର କରି ସର୍ଟକଟ ରାଜନୀତି କରିବାକୁ ଚାହୁଁଛନ୍ତି । ଏ ପର୍ଯ୍ୟନ୍ତ ସରକାରରେ ନଥିବା ହ୍ୟାଙ୍ଗ ଓଭରରୁ ବାହାରି ନାହାନ୍ତି ବିରୋଧୀ । ସରକାରୀ ଦଳରେ ଅଛନ୍ତି ବୋଲି ଏଯାଏଁ ନିଶା ଉତୁରି ନାହିଁ । ସେମାନେ ଏଭଳି ଆଇନ୍ କୁ ହାତକୁ ନେବା ଉଚିତ୍ ନୁହେଁ । ଯେଭଳି ଆଚରଣ, ଉଚ୍ଚାରଣ ଓ ବ୍ଯବହାର କରୁଛନ୍ତି, ବିଜେପି ତାକୁ ନିନ୍ଦା କରୁଛି । ବିଧାନସଭା ମର୍ଯ୍ୟାଦାକୁ ଆଖି ଆଗରେ ରଖି କାମ କରିବା ଉଚିତ୍ । ଆଜି ଦିନରେ ଯେଉଁମାନେ ଏଭଳି ବିଭ୍ରାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମୋର ଅନୁରୋଧ, ସେମାନେ ଗଠନମୂଳକ ଆଲୋଚନା କରନ୍ତୁ । ସେମାନେ ନିଜକୁ ଆତ୍ମସମୀକ୍ଷା କରନ୍ତୁ । ଓଡ଼ିଶାର ସ୍ବାର୍ଥ ପାଇଁ କାମ କରନ୍ତୁ ।କୌଣସି ବିଷୟ ବସ୍ତୁ ନଥାଇ ବିରୋଧ କରିବାକୁ ନେଇ ନିଜକୁ ସମୀକ୍ଷା କରନ୍ତୁ । ଯେଉଁମାନେ ବିଗତ ଦିନରେ ଓଡ଼ିଶା ଇତିହାସକୁ କଳଙ୍କିତ କରିଛନ୍ତି, ବିଲୁଆ ଖାଇ ନଈ, ଅଞ୍ଜନା ମିଶ୍ର, କଥା କେହି ଭୁଲି ନାହା

କିଛି ଦିନ ହେବ ଓଡିଶା ବିଧାନସଭା ରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି । କୌଣସି ପ୍ରସଙ୍ଗ ନଥାଇ ଆପ୍ରସଙ୍ଗକୁ ପ୍ରସଙ୍ଗ କରା ଯାଉଛି । ପବିତ୍ର ବିଧାନସଭା କୁ ଆମର୍ଯ୍ୟାଦା କରାଯାଉଛି ଯ ବାଚସ୍ପତିଙ୍କୁ ଯେଭଳି ଭାବେ ବ୍ୟବହାର ପ୍ରଦଶନ କରାଗଲା ତାହା ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳଙ୍କ ଠୁ ଆଶା କରାଯାଏନି। ଆମେ ଗଣଣତନ୍ତ୍ରରେ ବିଶ୍ୱାସ କରୁଥିବା ଏକ ଦାୟିତ୍ୱ ସମ୍ପନ୍ନ ଦଳ। ଲମ୍ୱା ସମୟ ଧରି ଭରୋଧୀ ଦଳରେ ଆମେ ରହିଛୁ। 3 ନମ୍ବର ଦଳ ଭାବେ ଆମେ ବହୁତ ଦିନ ରହିଛୁ। ବହୁତଦିନ ପରେ ଦୁଇ ନମ୍ବର ଆଉ ତାପରେ ଏକ ନମ୍ବର ଦଳ ଓଡିଶାରେ ହୋଇଛୁ । ବିରୋଧୀ ଦଳ ଗଠନ ମୂଳକ ପ୍ରସ୍ତାବ ଦେବା ସମାଲୋଚନା କରିବାକୁ କେହି ମନା କରିବେନି । ସହଯୋଗ ବି ଗଠନ ମୂଳକ ହେବା ଦରକାର ଏବଂ ବିରୋଧ ବି ଗଠନ ମୂଳକ ହେବା ଦରକାର । ବିଭିନ୍ନ ବିଷୟରେ ସରକାର ଙ୍କୁ ଗଠନ ମୂଳକ ସମାଲୋଚନା କରାଯାଏ। ବିରୋଧୀ ଦଳ ଯଦି ସଠିକ କଥା କହୁଛି ସରକାର ଗ୍ରହଣ କରିବାକୁ ମନା ନାହିଁ। କୌଣସି ଆଧାର ନାହିଁ, ବିଷୟ ବସ୍ତୁ ନାହଁ ଯେଭଳି ଭାବେ ବିରୋଧ କରାଗଲା ତାକୁ ଭାରତୀୟ ଜନତା ପାର୍ଟି ନିନ୍ଦା କରୁଛି," ବୋଲି କହିଛନ୍ତି ମନମୋହନ ସାମଲ ।
0 Comments