ଭୁବନେଶ୍ୱର: ଶାସକ ଦଳ ଓ ବାଚସ୍ପତି ପୋଲିସ ଡକାଇ ବିଧାନସଭାକୁ ଅପବିତ୍ର କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏହା ପ୍ରତିବାଦରେ ଅଭିନବ ଉପାୟରେ ଆଜି ପ୍ରତିବାଦ କରିଛି ବିଜୁ ଜନତା ଦଳ । ବିଧାନ

ସଭା ଭିତରେ ଓ ବାହାରେ ଗଙ୍ଗା ଜଳ ଛିଞ୍ଚି ପ୍ରତିବାଦ କରିଛି ନବୀନ ବ୍ରିଗେଡ଼ । ଅପବିତ୍ର ଗୃହକୁ ଗଙ୍ଗାଜଳ ଛିଞ୍ଚି ପବିତ୍ର କରାଯାଇଛି ବୋଲି କହିଛନ୍ତି ବିଜେଡି ନେତା ।

ମହିଳା ପ୍ରସଙ୍ଗରେ ଗତ କିଛି ଦିନ ହେଲା ବିଧାନସଭାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ ବିଧାୟକ ଦଳ । ପ୍ରଥମେ ଜଣେ, ପରେ ବାର ଜଣ ଓ ଗତକାଲି 2 ବିଧାୟକଙ୍କୁ ସସପେଣ୍ଡ କରାଯାଇଛି । ବିଧାୟକଙ୍କୁ ସସପେଣ୍ଡ ପ୍ରତିବାଦରେ ଗୃହ ମୁଲତବୀ ପରେ ବିଧାନସଭାରେ ବିକ୍ଷୋଭ କରିଥିଲେ କଂଗ୍ରେସ ବିଧାୟକ । ଉକ୍ତ ରାତିରେ ସେମାନଙ୍କୁ ପୋଲିସ ବ୍ୟବହାର କରି ଗୃହରୁ ବାହାର କରାଯାଇଥିବା ଅଭିଯୋଗ ହୋଇଛି । ବିଧାୟକଙ୍କୁ ବିଧାନସଭାରୁ ପୋଲିସ ଲଗାଇ ବାହାର କରିବାକୁ ବିରୋଧ କରିଛି ବିଜେଡି । ଏହାର ପ୍ରତିବାଦରେ ଆଜି ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ବିଧାନସଭା ଭିତରେ ଓ ବାହାରେ ଗଙ୍ଗା ଜଳ ଛିଞ୍ଚନ କରିଛି ବିଜେଡି ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଜେଡି ଏହି ଅଭିନବ ଉପାୟରେ ପ୍ରତିବାଦ କରିଛି । ବିଜେଡି ବିଧାୟକ ମାନେ କଳସରେ ଗଙ୍ଗାଜଳ ଆଣି ଆମ୍ବ ପତ୍ର ସାହାଯ୍ୟରେ ଛିଞ୍ଚନ କରିଛନ୍ତି । ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଗଣତାନ୍ତ୍ରିକ ଇତିହାସରେ ବିଧାନସଭାରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା । ବିରୋଧୀ ଦଳ ସଦସ୍ୟଙ୍କୁ ବଳପୂର୍ବକ ଉଠାଇବା ପାଇଁ ପବିତ୍ର ଗୃହକୁ ଅପବିତ୍ର କରିଛନ୍ତି । ବିଜେଡି ବିଧାୟକଙ୍କୁ ମଧ୍ୟ ଆକ୍ରମଣ ହୋଇଛି । କଂଗ୍ରେସ ଓ ବିଜେଡି ବିଧାୟକଙ୍କୁ ପୋଲିସ ଦ୍ୱାରା ଆକ୍ରମଣ କରି ଗୃହକୁ ମୋହନ ସରକାର ଅପବିତ୍ର କରିଛନ୍ତି । ଗଣତନ୍ତ୍ରର ମନ୍ଦିରକୁ ଅପବିତ୍ର କରିଛନ୍ତି ବିଜେପି ସରକାର ।"


0 Comments