ଭୁବନେଶ୍ବର: ଶେଷ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ଏପ୍ରିଲ 2 ତାରିଖରୁ ଆରମ୍ଭ ହେବ ଖାତା ଦେଖା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଥର ମୋଟ ୩୦୦ ଜଣ ପରୀକ୍ଷାର୍ଥୀ କପି କରି ଧରା ପଡ଼ିଛନ୍ତି । ଚଳିତ ବର୍ଷ ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ବଡ଼ ଆଶ୍ବସ୍ତି। ସେମାନଙ୍କ କଥାକୁ ଓ ଖାତାକୁ ବିଚାର କରାଯିବ। ଯାହା ଫଳରେ ସାଧାରଣ ଭାବରେ ପରୀକ୍ଷା ଫଳ ସାଙ୍ଗରେ ସେମାନଙ୍କର ମଧ୍ୟ ଫଳ ପ୍ରକାଶ ପାଇପାରିବ । ଏହା ସହିତ ଯେଉଁ ଶିକ୍ଷକ ମାନେ ଖାତା ମୂଲ୍ୟାୟନ ପାଇଁ ଆସିବେ ନାହିଁ ସେମାନଙ୍କ ଉପରେ ରହିଛି କଡା ନଜର।

ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ପୂର୍ବରୁ ସିଏଚଏସଇର ବଡ଼ ନିଷ୍ପତ୍ତି ନେଇଛି । ଏଥର ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ବଡ ଆଶ୍ବସ୍ତି । କୌଣସି ଭୁଲ ନଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିଲେ ସେମାନଙ୍କ ଖାତାକୁ ବିଚାରକୁ ନେଇ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକା ସାଙ୍ଗରେ ପ୍ରକାଶ ପାଇବ। ଏନେଇ କାଉନସିଲ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିଲା ଛାତ୍ରଛାତ୍ରୀ ନିଜର ପକ୍ଷ ରଖିବେ। ଯଦି ସେମାନେ ଭୁଲରେ ବୁକ ହୋଇଥିବେ ତାହେଲେ ସେମାନଙ୍କୁ କ୍ଷମା ଦିଆଯିବା ସହିତ ପରୀକ୍ଷା ଫଳ ସ୍ୱାଭାବିକ ଭାବେ ପ୍ରକାଶ ପାଇବ । ଚଳିତ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହେବ । ପୂର୍ବରୁ ଭୁଲରେ ଏମପିରେ ବୁକ ହେଉଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷା ଫଳ ବାହାରିବାର ତିନି ମାସ ପରେ ବାହାରୁଥିଲା । ଯେଉଁଥିପାଇଁ ପିଲାମାନେ ଭୁଲ ନ କରି ବି ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଚଳିତ ବର୍ଷ 300 ଜଣ ପରୀକ୍ଷାର୍ଥୀ ଏମପି ହୋଇଛନ୍ତି ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ 

--tw-border-spacing-y: 0; --tw-translate-x: 0; --tw-translate-y: 0; --tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ପ୍ରଶାନ୍ତ କୁମାର ପରିଡା

ଅତ୍ୟଧିକ ଖରା ଯୋଗୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁ ନଥିବାରୁ ଖାତା ଦେଖା କେନ୍ଦ୍ର ବଢାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତି ହୋଇଛନ୍ତି । ଏକଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ୩୫, ୪୦ ଓ ୫୦ ମାର୍କ ଥିବା ବିଷୟ ଗୁଡିକ ପାଇଁ ୩୦ ଟି ଖାତା ୫ ଘଣ୍ଟାରେ ଦେଖିବେ ଶିକ୍ଷକ । ସେହିପରି ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ ଟି ଖାତା ଦେଖିପାରିବେ ଶିକ୍ଷକ। ମେ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା।

ଯେଉଁ ମାନେ ଖାତା ଦେଖିବା ପାଇଁ ନିଯୁକ୍ତି ପାଇବେ ସେମାନେ ମନା କରିପାରିବେ ନାହିଁ। ଯଦି କିଛି ଅସୁବିଧାରେ ରହିଥିବେ ତେବେ ଉକ୍ତ ଶିକ୍ଷକ ଜଣଙ୍କ ଛୁଟି ଆବେଦନ କରିପାରିବେ। ଏମିତିରେ ମଧ୍ୟ ଯେଉଁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ସେହି କଲେଜର ଅଧକ୍ଷଙ୍କ ସହିତ ଆଲୋଚନା କରାଯିବ। ଉକ୍ତ ଶିକ୍ଷକଙ୍କର ସମସ୍ତ ତଥ୍ୟ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟରେ ୮ ହଜାର ଶିକ୍ଷକଙ୍କୁ ନିଯୁକ୍ତି କରାଇଛି। ଚଳିତ ବର୍ଷ ଖାତା ଦେଖାରେ ୯୦-୯୫ ପ୍ରତିଶତ ଶିକ୍ଷକ ମାନଙ୍କର ଉପସ୍ଥାନ ରହିବ ବୋଲି କହିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା।

ଏପ୍ରିଲ ୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ କରାଯିବ। ସେହିପରି ଭାବରେ ଏପ୍ରିଲ ୧୬ ତାରିଖରୁ ୨୮ ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ କରାଯିବ। ସକାଳ ୭ ଟାରୁ ମଧ୍ୟାହ୍ନ ୧୨ ଟା ୩୦ ଓ ମଧ୍ୟାହ୍ନ ୧ ଟା ୩୦ ରୁ ଅପରାହ୍ନ ୬ ଟା ୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ଚାଲିବ। ତେବେ ମେ ୧୫ ସୁଦ୍ଧା ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ।

0 Comments