ମିଆଁମାର: ମିଆଁମାର ଓ ଥାଇଲାଣ୍ଡରେ ଛାତିଥରା ଦୃଶ୍ୟ। ଶକ୍ତିଶାଳୀ ଭୂକମ୍ପରେ ଥରିଲା ବଡ଼ ବଡ଼ ଅଟ୍ଟାଳିକା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମିଆଁମାରରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ 7.7 ରେକର୍ଡ କରାଯାଇଛି। ଏନେଇ ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ (USGS) ପକ୍ଷରୁ ସୂଚନା ଦିଆଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ମନିୱା ସହରରୁ ପ୍ରାୟ 50 କିଲୋମିଟର ପୂର୍ବ କେନ୍ଦ୍ରୀୟ ମିଆଁମାର ଥିଲା। ଭୂକମ୍ପ ପ୍ରଭାବରେ ରାଜଧାନୀ ନାଏପିଦାରେ ବିଲ୍ଡିଂ ଧସିଛି, ରାସ୍ତାଗୁଡ଼ିକ ଫାଟି ଆଁ କରିବା ସହ ଦବି ଯାଇଛି। ବଡ଼ ବଡ଼ ଅଟ୍ଟାଳିକାମାନ ଭୁଶୁଡ଼ି ପଡ଼ିଛି। ତେବେ ମିଆଁମାରରେ ମୃତାହତଙ୍କ ସମ୍ପର୍କରେ ବର୍ତ୍ତମା
ସୁଦ୍ଧା କୌଣସି ଖବର ମିଳିନାହିଁ।
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି- NCS କହିଛି ଯେ, ଏହି ଭୂକମ୍ପ 10 କିଲୋମିଟର ଗଭୀରତାରେ ଘଟିଛି ଏବଂ 21.93 N ଅକ୍ଷାଂଶ ଏବଂ 96.07 E ଦ୍ରାଘିମାରେ ରେକର୍ଡ କରାଯାଇଛି। NCS ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ସୂଚନା ପ୍ରଦାନ କରିଛି ।
ଭୂକମ୍ପକୁ ନେଇ ମିଆଁମାରରେ ଜରୁରୀକାଳିନ ପରିସ୍ଥିତି ଜାରି କରାାଯଇଛି। ରାଜଧାନୀ ନେପିତାଓ ସମେତ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟର ଦୃଶ୍ୟ ଦେଖିବାକୁ ମିଳୁଛି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଲୋକେ ଭୟରେ ଏଣେ ତେଣେ ଦୌଡୁ ଥିବା ଦେଖିବାକୁ ମିଳିଥିଲା। ଭୂମିକମ୍ପ ପରେ ଲୋକମାନେ ରାସ୍ତାକୁ ପଳାଇ ଆସିଥିଲେ। ଭୂମିକମ୍ପରେ ଅନେକ ଧାର୍ମିକସ୍ଥଳ କ୍ଷତିଗ୍ରସ୍ତ ହୋଇଛି। କରିଥିଲା, ଏହାର କିଛି ଅଂଶ ଭୂମିରେ ପଡ଼ିଥିଲା ଏବଂ କିଛି ଘର ଭାଙ୍ଗି ଯାଇଥିଲା। ଗୃହଯୁଦ୍ଧରେ ଜଡିତ ମିଆଁମାରରୁ ତୁରନ୍ତ କ୍ଷୟକ୍ଷତିର ଅଧିକ ରିପୋର୍ଟ ମିଳିନଥିଲା।
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକକ୍ ରେ ଭୂକମ୍ପ ଯୋଗୁଁ ଅନେକ ଉଚ୍ଚ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି। ସମ୍ଭାବ୍ୟ କ୍ଷୟକ୍ଷତି ତଥା ମୃତାହତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନାହିଁ। ଶକ୍ତିଶାଳୀ ଭୂକମ୍ପ ପରେ ବ୍ୟାଙ୍କକକ୍ ରେ ଥିବା ଲୋକଙ୍କୁ ସେମାନଙ୍କ ବିଲ୍ଡିଂରୁ ସ୍ଥାନାନ୍ତର କରାଯାଇଛି। ଅଧିକ ଭୂକମ୍ପ ସମ୍ଭାବନା ଥିବାରୁ ବାହାରେ ରହିବାକୁ ଚେତାବନୀ ଦିଆଯାଇଛି। ଭୂମିକମ୍ପର ପ୍ରଭାବକୁ ଅନୁଧ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ପୈତୋଙ୍ଗଟର୍ନ ସିନାୱାତ୍ରା ଏକ ଜରୁରୀ ବୌଠକ ଡାକିଛନ୍ତି। ଥାଇଲ୍ୟାଣ୍ଡର ବିପର୍ଯ୍ୟୟ ନିବାରଣ ବିଭାଗ କହିଛି ଯେ ଦେଶର ପ୍ରାୟ ସମସ୍ତ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଥାଇଲାଣ୍ଡରେ ଭୂକମ୍ପ ଏତେ ତୀବ୍ର ଥିଲା ଯେ ବ୍ୟାଙ୍କକକ୍ ରେ ଥିବା ଛାତ ଉପର ସୁଇମିଂ ପୁଲ୍ ହଠାତ୍ ଭରିଗଲା ଏବଂ ଜଳପ୍ରପାତ ପରି ଏକ ଉଚ୍ଚ ବିଲ୍ଡିଂ ଉପରୁ ପାଣି ତଳକୁ ଖସିପଡ଼ିବାକୁ ଲାଗିଲା। ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ସହରରେ ନିର୍ମାଣାଧୀନ ଏକ 30 ମହଲା ବିଶିଷ୍ଟ ଆକାଶ ଛୁଆଁ ଅଟ୍ଟାଳିକା ଭୁଶୁଡି ପଡ଼ିବାରୁ ସେଥିରେ ଅନେକ କର୍ମଚାରୀ ଫସି ରହିଛନ୍ତି। ମୃତାହତ ଏବଂ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।