o_Sans_Fallback_fba9a0;">ନୂଆଦିଲ୍ଲୀ: ରାଜ୍ୟସଭାକୁ ମନୋନୀତ ହେଲେ 4 ଜଣ ବିଶିଷ୍ଟ ବ୍ୟକ୍ତି । ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ନିକମ, କେରଳ ବିଜେପି ନେତା ସି ସଦାନନ୍ଦନ ମାଷ୍ଟର ଏବଂ ଐତିହାସିକ ମୀନାକ୍ଷୀ ଜୈନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି।

ଏକ ବିଜ୍ଞପ୍ତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ରାଷ୍ଟ୍ରପତି ଏହି ଚାରି ଜଣଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି "ଭାରତୀୟ ସମ୍ବିଧାନର ଧାରା 80 ର ଖଣ୍ଡ (1) ର ଉପ- ଖଣ୍ଡ (କ) ଦ୍ୱାରା ପ୍ରଦତ୍ତ କ୍ଷମତାର ବ୍ୟବହାର କରି, ସେହି ଖଣ୍ଡ (3) ସହିତ ପଢ଼ାଯାଇଥିବା, ରାଷ୍ଟ୍ରପତି ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ରାଜ୍ୟସଭାକୁ ମନୋନୀତ ସଦସ୍ୟଙ୍କ ଅବସର ଯୋଗୁଁ ଖାଲି ପଡ଼ିଥିବା ସ୍ଥାନ ପୂରଣ ପାଇଁ ମନୋନୀତ କରିଛନ୍ତି । ଉଜ୍ଜ୍ୱଳ ଦେଓରାଓ ନିକମ, ସି. ସଦାନନ୍ଦନ ମାଷ୍ଟର, ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଡକ୍ଟର ମୀନାକ୍ଷୀ ଜୈନ," ବିଜ୍ଞପ୍ତିରେ କୁହାଯାଇଛି।

ରାଷ୍ଟ୍ରପତି ରାଜ୍ୟସଭାକୁ 12 ଜଣଙ୍କୁ ମନୋନୀତ କରନ୍ତି, ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି।

0 Comments