ସମ୍ବଲପୁର: ଆଉ ନିର୍ବାଚନ ଲଢ଼ିବେନି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ସୁନ୍ଦରଗଡ ଏମପି ଜୁଏଲ ଓରାମ l ସକ୍ରିୟ ରାଜନୀତିରୁ ଦୂରେଇ ରହିବା ନେଇ ଇସାରା ଦେଲେ । ଲୋକସଭା ଓ ବିଧାନସଭା ନିର୍ବାଚନ ଲଢିବେନି କିନ୍ତୁ ଆଗକୁ ରାଜ୍ୟସଭା ଯାଇପାରନ୍ତି ନଚେତ ରାଜ୍ୟପାଳ ହୋଇପାରନ୍ତି ବୋଲି କହିଲେ ଜୁଏଲ । ନିର୍ବାଚନ ନଲଢିଲେ ବି ପାର୍ଟି ଛାଡିବେ ନାହିଁ ବୋଲି ଆଜି ସମ୍ବଲପୁର ଜିଏମ ୟୁନିଭରସିଟିରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗ ଦେଇ ଏମିତି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

#0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କରହିଛନ୍ତି, " ଏମପି, ଏମଏଲଏ ପାଇଁ ନିର୍ବାଚନ ଲଢିବିନି, କିନ୍ତୁ ରାଜ୍ୟସଭା ଯାଇପାରେ ଅଥବା ରାଜ୍ୟପାଳ ହୋଇପାରେ । ଦଳ ପାଇଁ କାମ କରିବି, ଦଳ ଛାଡିବାର ନାହିଁ । ଏବେ ଯୁବପିଢିଙ୍କୁ ସୁଯୋଗ ଦେବାକୁ ଚାହୁଁଛି । ପ୍ରତ୍ୟକ୍ଷ ପ୍ରତିଦ୍ବନ୍ଦିତା ଠାରୁ ମୁଁ ଦୂରେଇ ରହିବାକୁ ଚେଷ୍ଟା କରିବି । ମୋର ବ୍ୟକ୍ତିଗତ ମତ ମୁଁ ନିର୍ବାଚନ ଲଢିବିନି, କିନ୍ତୁ ଦଳ ଯଦି କହିବ ତାହାଲେ ଲଢିବି । ମୁଁ 8 ଥର ଏମପି ଓ 2 ଥର ଏମଏଲଏ ପାଇଁ ନିର୍ବାଚନ ଲଢ଼ିଛି । ଆଉ କିନ୍ତୁ ଇଚ୍ଛାନାହିଁ ଏବେ, ଦଳ କହିଲେ ଲଢିବି ନଚେତ ଯୁବପିଢିଙ୍କୁ ସୁଯୋଗ ଦେବାକୁ ଚାହୁଁଛି । "

ରାଜନୀତି କ୍ୟାରିୟରରେ 6 ଥର ଲୋକସଭା ଓ 2 ଥର ବିଧାନସଭାକୁ ବିଜେପି ଦଳରୁ ନିର୍ବାଚିତ ହୋଇଛନ୍ତି ।

0 Comments