କେନ୍ଦୁଝର :-ଜିଲ୍ଲାରେ ଖରିଫ୍ ଧାନ ଚାଷ ରେ ଚାଷୀ ମାନଙ୍କୁ ସାର ର ସୁଷମ ବଣ୍ଟନ କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଶ୍ରୀ ପର୍ଶୁରାମ ବେହେରା କଂ ସହିତ ବ୍ୟାପକ ଆଲୋଚନା କରିଛନ୍ତି।
ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ୧୪ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ର ଆବଶ୍ୟକ ଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ହଜାର ମେଟ୍ରିକ୍ ଟନ୍ ସାର ଆସିଛି। ଡିଏପି ସାର ୧୦ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୬ ହଜାର ୪୧୪ ମେଟ୍ରିକ୍ ଟନ୍ ସାର ଆସିଛି। ଏନପିକେ ସାର ୫ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୪ ହଜାର ୧୭୬ ମେଟ୍ରିକ୍ ଟନ୍ ସାର ଆସିଛି। ପଟାସ ସାର ୨ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୮୯୬ ମେଟ୍ରିକ୍ ଟନ୍ ଆସିଛି। ଆଗକୁ ଯୁଦ୍ଧକାଳୀନ ଭିତ୍ତିରେ ସାରର ଆମାଦାନୀ କରାଯାଇ ଚାଷୀ ମାନଙ୍କ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ବିଜେପି
କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଙ୍କୁ ଆଲୋଚନା ସମୟରେ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଆଗୁଆ ଲଗାତାର ବର୍ଷା କାରଣ ରୁ ଚାଷ କାମ ବହୁ ଆଗରୁ ଆରମ୍ଭ ହେବା କାରଣରୁ ସାରା ଯୋଗାଣରେ କିଛି ସ୍ଥାନରେ ସାମାନ୍ୟ ଅସୁବିଧା ହେଇଥିବା ର ଅଭିଯୋଗ ଆସିଥିଲେ ବି ତାକୁ ଯଥାଶିଘ୍ର ସମାଧାନ କରାଯିବାକୁ ରାଜ୍ୟ ସଭାପତି ମହେଶ୍ଵର ସାହୁ ଆଲୋଚନା ସମୟରେ କହିଛନ୍ତି। ଚାଷୀ ମାନଙ୍କୁ ସାର ସୁଶମ ବଣ୍ଟନ ରେ ଯେଉଁ ମାନେ ବିଶୃଙ୍ଖଳା କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି। ଏହି ଆଲୋଚନା ସମୟରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ କୁମାର ସିଂହ, ବରିଷ୍ଠ ବିଜେପି ନେତା ସୂବ୍ରତ ମହାନ୍ତି, ଶିଶିର କୁମାର ସାହୁ, ସଞ୍ଜୀବ କୁମାର ସାହୁ, ପ୍ରାଣବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।