ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ବାୟୁମଣ୍ଡଳର ଉପରି ଭାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପଶ୍ଚିମବଙ୍ଗର ଆଖାପାଖ ଅଞ୍ଚଳ ସହ ଉତ୍ତର ଓଡ଼ିଶା ଉପକୂଳରୁ 5.8କିମି ସାମୁଦ୍ରିକ ପତନଠୁ ଦୁରରେ ରହିଛି । ଯାହାକି ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଯାହା ଆଗମୀ 24ଘଣ୍ଟାରେ ଅବପାତ ରୂପ ନେଇପାରେ, ଯାହାର ପ

ରଭାବ ପଶ୍ଚିମବଙ୍ଗ ଉପକୂଳ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଡ଼ିବାର ସମ୍ଭାବନା ରହିଛି । ଆଜିଠୁ 17ତାରିଖ ଯାଏଁ କେତେକ ସ୍ଥାନରେ ଭାରି ମାତ୍ରା ବର୍ଷା ସହ ବିଜୁଳି, ଘଡଘଡି ଓ ବଜ୍ରପାତ ଜନିତ ଚେତାବନୀ ଦେଇଛି ପାଣିପାଗ ବିଭାଗ । ମତ୍ସଜୀବୀଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ହାଲର୍ଟ ଜାରି କରାଯାଇଛି । ସେଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ । ସେହିପରି ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ହାଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଅନୁଗୋଳ, ଢେଙ୍କାନାଳ, ଦେଓଗଡ, କଟକ, ନୟାଗଡ଼,କଳାହାଣ୍ଡି , କୋରାପୁଟ, ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ‌ ବର୍ଷା ଏବଂ ବିଜୁଳି, ଘଡଘଡି ସହ ବଜ୍ରପାତ ହେବା ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣି ପାଗ ବିଭାଗ । ସେହିପରି ଜଗତସିଂହପୁର, ଝାରସୁଗୁଡ଼ା, ପୁରୀ , ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ମଧ୍ୟ ବର୍ଷା ହାଲୁକାରୁ ମଧ୍ୟମର ସମ୍ଭାବନା ରହିଛି । ପବନର ବେଗ ମଧ୍ୟ 30ରୁ 40କିମି ବହିବାର ସମ୍ଭାବନା ରହିଛି ।

ଆସନ୍ତାକାଲି ପାଇଁ ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରୁସୁଗୁଡା, ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ସହ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବିଜୁଳି, ଘଡଘଡି ମଧ୍ୟ ହେବାର ସମ୍ଭାବନା ରହିଛି । ସେହିପରି ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ନୟାଗଡ଼, ଦେଓଗଡ, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି , ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ,ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହେବା ସହ ପ୍ରବଳ ବର୍ଷା ଏବଂ ବିଜୁଳି, ଘଡଘଡିର ମଧ୍ୟ ଚେତାବନୀ ରହିଛି । ଏହି ସମସ୍ତ ଜିଲ୍ଲାରେ ପବନ ମଧ୍ୟ ଘଣ୍ଟା ପ୍ରତି 30ରୁ 40କିମି ହେବାର ସମ୍ଭାବନା ରହିଛି।

0 Comments