family: __Noto_Sans_fba9a0, __Noto_Sans_Fallback_fba9a0;">ବାଲେଶ୍ବର:
ବାଲେଶ୍ବର ଏଫ ଏମ କଲେଜରେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେଵଖୁଣ୍ଟା ଥାନା ପୋଲିସ । ପ୍ରଥମେ ତାଙ୍କୁ ଏହି ଘଟଣାରେ ନିଲମ୍ବିତ କରାଯାଇଥିବା ବେଳେ ପିଡିତାଙ୍କ ପରିବାର ପକ୍ଷରୁ ତାଙ୍କ ଗିରଫ ଦାବି କରାଯାଇଥିଲା । କେଉଁଠି ନା କେଉଁଠି ଅଧ୍ୟକ୍ଷଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ପ୍ରଥମେ ନିଲମ୍ବନ ଏବଂ ପରେ ଗିରଫ କରାଯାଇଛି । ସହଦେଵଖୁଣ୍ଟା ଥାନାରେ ଅଧ୍ୟକ୍ଷଙ୍କୁ ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ନୂତନ ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ହେଲେ ଫିରୋଜ ପାଢ଼ୀ । ପୂର୍ବରୁ ସେ ପ୍ରାଣୀ ବିଜ୍ଞାନ ବିଭାଗର ଏଚଓଡି ଭାବେ କାର୍ଯ୍ୟ କରୁଥିଲେ । କଲେଜ ପରିସରରେ ଛାତ୍ରୀ ଜଣଙ୍କ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗରେ ଆସିଷ୍ଟାଣ୍ଟ ପ୍ରଫେସର ସମିର କୁମାର ସାହୁଙ୍କୁ ଗିରଫ କରାଯାଇଥିଲା ।
ବାଲେଶ୍ବର ଫକୀର ମୋହନ ଛାତ୍ରୀ ଆତ୍ମହତ୍ୟା ଘଟଣା ପଛରେ ବିଜେପିର ସାଙ୍ଘାତିକ ଅଭିଯୋଗ । ଆତ୍ମହତ୍ୟା କରିବାକୁ ଛାତ୍ର କଂଗ୍ରେସ ନେତା ମାନେ ଉସୁକାଇବାର ପ୍ରମାଣ ସୋସିଆଲ ମିଡିଆରେ ଆସି ସରିଛି ବୋଲି ବିଜେପି କହିଛି । ବାଲେଶ୍ବର ଫକୀର ମୋହନ ଛାତ୍ରୀ ଆତ୍ମହତ୍ୟା ଘଟଣା ପଛରେ ବିଜେପିର ସାଙ୍ଘାତିକ ଅଭିଯୋଗ ।