ଭୁବନେଶ୍ୱର: ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରୁ ଫେରି ପୀଡିତା ଏବଂ ତାଙ୍କ ପରିବାରକୁ ଏମ୍ସ ଭୁବନେଶ୍ୱରରେ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । AIIMSରେ ଚିକିତ୍ସାଧୀନ ଛାତ୍ରୀ ଓ ତାଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ।
ଭେଟିବା ପରେ
scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଙ୍କ ପ୍ରତିକ୍ରିୟା, "ଦିଲ୍ଲୀ AIIMS ଭଳି ଛାତ୍ରୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ଦିଲ୍ଲୀ AIIMSର ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରାଯାଉଛି । ଆଗାମୀ 24 ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯିବା ସମ୍ଭବ ନୁହେଁ । ସ୍ଵାସ୍ଥ୍ୟାବସ୍ଥା ସୁଧୁରିଲେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯାଇପାରେ ।"
ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଘଟଣାରେ ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ କଲେ NCW । ଘଟଣାର ନିରପେକ୍ଷ ତଦନ୍ତ କରିବାକୁ DGPଙ୍କୁ ଦେଲେ ନିର୍ଦ୍ଦେଶ । ଘଟଣାକୁ ତୀବ୍ର ନିନ୍ଦା ସହ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ ।
ଏଫ୍ ଏମ୍ କଲେଜ ଘଟଣାରେ ସରକାରଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । କେଉଁ କାରଣରୁ ଏଭଳି ଘଟଣା ଘଟିଲା, ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କମିଟି ଗଠନ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।