ଭୁବନେଶ୍ବର: ବରମୁଣ୍ଡା ମଞ୍ଚରୁ ବିଜେପି ସରକାରଙ୍କ ଉପରେ ବର୍ଷିଲେ ରାହୁଲ । ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ଅଧିକାର ନେଇ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରଥଯାତ୍ରାରେ କାହିଁକି ଅଟକିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ? ଆଦାନୀଙ୍କ ପାଇଁ ରଥ ଅଟକି ଥିବା କହି ଭୁବନେଶ୍ବରରୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଏହା ସହ ବିହାର ନିର୍ବାଚନ କଥା ଉଠାଇ ନିର୍ବାଚନ ଚୋରି ହେଉଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ରଥଯାତ୍ରାରେ ନନ୍ଦିଘୋଷ ରଥ ଟଣା ବିଳମ୍ବ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ରାହୁଲ । ରାହୁଲ କହିଛନ୍ତି, ‘ଓଡିଶାରେ ଜଗନ୍ନାଥ ରଥଯାତ୍ରା ବାହାରେ... ଲକ୍ଷାଧିକ ଲୋକ ଦେଖନ୍ତି ...ପରେ ଏକା ଡ୍ରାମା ଦେଖିବାକୁ ମିଳିଲା । ରଥ ଆଦାନୀଙ୍କ ପାଇଁ ଅଟକା ଯାଇଥିଲା । ଏହି ସରକାର ଆପଣଙ୍କ ସରକାର ନୁହେଁ ଆରବପତିଙ୍କ ସରକାର । ସରକାରଙ୍କ ଗୋଟିଏ ଲକ୍ଷ୍ୟ ଜଙ୍ଗଲ ଜମି ଚୋରି କରିବା ।’
ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଜନତାଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି, ‘ଓଡିଶାରେ ଦୁଇ ବର୍ଗ ମଧ୍ୟରେ ଲଢେଇ ହେଉଛି । ଗୋଟେ ପଟେ ଦଳିତ, ଆଦିବାସୀ, ପଛୁଆ ବର୍ଗ ଅନ୍ୟ ପଟେ କିଛି ଆରବପତି । ଏହି ଲଢେଇ ଏହି ଲଢେଇକୁ କଂଗ୍ରେସ କାର୍ଯ୍ୟକର୍ତ୍ତା ହିଁ ଜିତି ପାରିବେ । ଯେଉଁମାନଙ୍କ ଡିଏନଏରେ କଂଗ୍ରେସ ରହିଛି, ସେମାନେ ଓଡିଶାର ଜନତାଙ୍କ ରକ୍ଷା କରୁଛନ୍ତି ।’
ରାହୁଲ ଆହୁରି କହିଛନ୍ତି, ବିକାଶ ନୁହେଁ 2 କି 3 ପ୍ରତିଶତଙ୍କ କରିବା । ଓଡିଶାଲୋକଙ୍କ ପାଇଁ ବିକାଶ କରାଯିବା ଉଚିତ୍ । ଯେଉଁମାନେ ଅତ୍ୟାଚାର ହେଉଛନ୍ତି ସେମାନଙ୍କ ସହ ଛିଡା ହୋଇଛି କଂଗ୍ରେସ । ଆପଣଙ୍କ ପଟ୍ଟା ଆପଣଙ୍କୁ ଦେବ କଂଗ୍ରେସ ।
37, 242, 247); box-sizing: border-box; --tw-border-spacing-x: 0; --tw-border-spacing-y: 0; --tw-translate-x: 0; --tw-translate-y: 0; --tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ରାହୁଲ
କହିଛନ୍ତି, ‘ ମୁଁ ଏଠାରେ ମହିଳା, କୃଷକଙ୍କୁ ଭେଟିଲି । ଏଠାରେ କିଛିଟା ବଡ଼ କମ୍ପାନୀଙ୍କୁ ସରକାର ଆପଣଙ୍କ ଧନ ସବୁ ଦେଉଛନ୍ତି । ଆଦିବାସୀଙ୍କୁ ଜମିପଟ୍ଟା ଦିଆଯାଉନି । ଜଳ-ଜଙ୍ଗଲ-ଜମି ଆଦିବାସୀଙ୍କର ଓ ଆଦିବାସୀଙ୍କର ହିଁ ରହିବ । ତାଙ୍କୁ ନପଚାରି ତାଙ୍କୁ ଉଠାଇ ଦିଆଯାଉଛି । କିନ୍ତୁ କଂଗ୍ରେସ ସେମାନଙ୍କ ଆଇନ ଆଣିବ । ଆଦିବାସୀଙ୍କୁ ସେମାନଙ୍କ ଜମି ଆମେ ଫେରାଇବୁ । ନିର୍ଯାତିତ ଲୋକଙ୍କ ସହ କଂଗ୍ରେସ ସବୁବେଳେ ଠିଆ ହୋଇଛି ।
ମହିଳାଙ୍କ ପ୍ରତି ବଢୁଥିବା ଅପରାଧକୁ ନେଇ ବଡ଼ କଥା କହିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ‘ଓଡିଶାରେ 40 ହଜାର ମହିଳା ନିଖୋଜ । ଆଜି ଯାଏଁ ଜଣାପଡିଲାନି ଏମାନେ କୁଆଡେ ଗଲେ । ଓଡିଶାରେ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି । କିନ୍ତୁ ସରକାରଙ୍କ ଏଥିପ୍ରତି ଧ୍ୟାନ ନାହିଁ । ମୁଁ ଜଣାଇ ଦେବାକୁ ଚାହୁଁଛି ଯେତେବେଳେ ବି ଡାକନ୍ତୁ ମୁଁ ଆସିବି ଏହି ସରକାରଙ୍କ ବିରୋଧରେ ଲଢେଇ କରିବି ।’
କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋଶ ଭରିଲେ ରାହୁଲ । ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କୁ ବାଘ ବୋଲି କହିଛନ୍ତି ରାହୁଲ । ଗାନ୍ଧିଜୀଙ୍କ ବିଚାରଧାରାରେ ଆଗକୁ ବଢନ୍ତୁ ବୋଲି କହି ଜୋଶ ଭରିଲେ ରାହୁଲ ।
ସେହିପରି AICC ଅଧ୍ୟକ୍ଷ ମାଳିକାର୍ଜୁନ ଖଡ଼ଗେ ତାଙ୍କ ଭାଷଣରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "କଂଗ୍ରେସ ସରକାର ସମୟରେ ଓଡ଼ିଶାର ପାରାଦ୍ବୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ,ntpc, ମଞ୍ଚେଶ୍ୱର ରେଳ କାରଖାନା, AIIMS ଏବଂ Institute Of Physics ଭଳି କେନ୍ଦ୍ରୀୟ ଅନୁଷ୍ଠାନ ନିର୍ମାଣ କରାଯାଇଛି । ହେଲେ ବିଜେପି ସରକାର ତାଙ୍କ ସମୟରେ କେଉଁ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି ?। କଂଗ୍ରେସ ଦଳ ଓଡିଶାବାସୀଙ୍କ ସହ କାମ କରୁଛି । ଓଡ଼ିଶାରେ କଂଗ୍ରେସ ଦଳ ଯାହା କରିଛି ନରେନ୍ଦ୍ର ମୋଦି ସରକାର ତାହାକୁ ବିକ୍ରି କରୁଛନ୍ତି ।