କେନ୍ଦୁଝର : କେନ୍ଦୁଝର ପୋଲିସ୍ କୁ ମିଳିଛି ବଡ ସଫଳତା। ଏକ ଆନ୍ଥରାଜ୍ୟ ଚୋରା ଗାଡି ରାକେଟର ପର୍ଦ୍ଦାଫାଶ କରିଛି କେନ୍ଦୁଝର ଜିଲ୍ଲା ପୋଲିସ୍। ଏହା ସହ ୨୬ ଟି ଚାରି ଚକିଆ ଗାଡ଼ି ସହ ଦୁଇ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ପ୍ରକାଶ ଯେ ଗତ ଦୁଇ ତାରିଖରେ ରାମଚନ୍ଦ୍ରପୁର ଥାନାରେ ବଳରାମ ବେହେରା ନମକ ବ୍ୟକ୍ତି ତାଙ୍କ ବୋଲେରୋ ଗାଡ଼ିକୁ ରାତି ଘରୁ ଚୋରି କରିନେଇଥିବା ଅଭିଯୋଗ କରିଥଲେ। ସିସିଟିଭି ଫୁଟେଜ ଆଧାରରେ ଜିଲ୍ଲା ପୋଲିସର ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇ ଏହି ଗ୍ୟାଙ୍ଗ ର ସନ୍ଧାନ କରିଥଲେ। ଏହି ସନ୍ଧାନ ବେଳେ କେନ୍ଦୁଝର ଜିଲ୍ଲା ପୋଲିସ ପଡୋଶୀ ମୟୂରଭ
ଞ୍ଜ ଜିଲ୍ଲା ପୋଲିସ ର ମଧ୍ଯ ସହାୟତା ନେଇଥିଲେ। ଏହା ସନ୍ଧାନ ବେଳେ ପୋଲିସକୁ ଦୁଇ ଜଣ ରାଇରଙ୍ଗପୁରର ଏସ କେ ୱାଜିଦ ଓ ଝାଡ଼ଖଣ୍ଡର ଜୟୀ ସିଟକୁ ଧରିବାରେ ସଫଳ ହୋଇଥିଲା। ତାଙ୍କୁ ଧରି ପଚରା ଉଚୁରା କରିବାରୁ ତାଙ୍କ ଠାରୁ ୨୬ ଟି ବିଭିନ୍ନ ମଡେଲର ଚାରି ଚକିଆ ଗାଡ଼ି ଜବତ କରିବାରେ ସଫଳ ହୋଇଥିଲା ଜିଲ୍ଲା ପୋଲିସ। ସେମାନେ ଏହି ଗାଡି ଗୋରୁ ଚୋରି, ଡକାୟତି ଆଦିରେ ବ୍ୟବହାର କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଦଗଡୁ ପ୍ରକାଶ କରିଛନ୍ତି। ଏହା ସହ ଅଧିକ ତଦନ୍ତ ଜାରି ଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।