ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକରେ ବିଭିନ୍ନ ବିଭାଗର 11ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
୩୧.୦୩.୨୦୨୩ ସୁଦ୍ଧା ଅବଶିଷ୍ଟ ୟୁଟିଲିଟି/ଡିସକମ୍ ମାନଙ୍କ / ଗ୍ରିଡକୋ ଆକାଉଣ୍ଟ ବହିରେ ଥିବା ଆଇବିଆରଡି ଋଣ, କେପେକ୍ସ ଋଣ ଏବଂ ଆର-ଏପିଡ଼ିଆରପି ଋଣ ଉପରେ ବକେୟା ଥିବା ସୁଧକୁ ପୁଞ୍ଜିକରଣ କରିବା ଏବଂ ପରବର୍ତ୍ତୀ ଅବଧି ପାଇଁ ଶୂନ ସୁଧ ବହନକାରୀ ଋଣରେ ରୂପାନ୍ତରଣ କରିବା ଲାଗି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
14px; background-color: rgb(246, 246, 246);">ସେହିପରି ଓଡ଼ିଶା ପମ୍ପ୍ଡ଼ ସଂରକ୍ଷଣ ପ୍ରକଳ୍ପ (ପି ଏସ୍ ପି) ନୀତି ଅନୁମୋଦନ ନିମିତ୍ତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି I
ରାଜ୍ୟ କ୍ୟାବିନେଟ "ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା (ERSS)-ଡାଏଲ-୧୧୨" ଯୋଜନାକୁ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ମୋଟ ୨୨୬୦,୮୯ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।
ଏହି ଜାତୀୟ ଜରୁରୀକାଳୀନ ପ୍ରତିକ୍ରିୟା ପ୍ଲାଟଫର୍ମ ପୋଲିସ, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଭଳି ସେବାଗୁଡ଼ିକୁ ଏକୀକୃତ କରି ନାଗରିକଙ୍କ ବିପଦ ସମୟରେ ଦ୍ରୁତ ସହାୟତା ପ୍ରଦାନ ପାଇଁ ଲକ୍ଷ୍ୟ ରଖୁଛି। ଏହି ଯୋଜନାରେ ୪୧୯୫ ନୂତନ ପଦବୀ ସୃଷ୍ଟି କରିବା ଏବଂ ୬୪୫ ଜରୁରୀକାଳୀନ ପ୍ରତିକ୍ରିୟା ଯାନ (ERV) ଯୋଗାଇ ଦେବାର ପ୍ରସ୍ତାବ ରହିଛି । ୨୪x୭ ସେବା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଜରୁରୀକାଳୀନ ସେବା ସଞ୍ଚାଳନ କେନ୍ଦ୍ର ଏବଂ ବିକଳ୍ପ ଜରୁରୀକାଳୀନ ସେବା ସଞ୍ଚାଳନ କେନ୍ଦ୍ର ପାଇଁ ସ୍ଵତନ୍ତ୍ର ଗୃହ ନିର୍ମାଣକୁ ମଧ୍ଯ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ନାଗରିକମାନେ ଯେ କୌଣସି ସହାୟତା ପାଇଁ ୧୧୨ ଡାଏଲ୍ କରିପାରିବେ ଏବଂ ସେମାନଙ୍କୁ ବରିତ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି ।