(ବ୍ୟୁରୋ)ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରୁ ସ୍ପେଶଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟ ବା ମହାକାଶଯାନର ଅନଡକିଂ ପ୍ରକ୍ରିୟା ସଫଳ ହୋଇଛି । ଏହାରି ସହିତ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ନିଜ 18 ଦିନିଆ ମହାକାଶ ଯାତ୍ରାକୁ ଶେଷ କରି ଆଜି ପୃଥିବୀ ଅଭିମୁଖେ ବାହାରିଛନ୍ତି । ଆସନ୍ତାକାଲି (ଜୁଲାଇ 15) ଭାରତୀୟ ସମୟ ଅନୁସାରେ ଅପରାହ୍ନ 3ଟାରେ ସେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି କାଲିଫର୍ଣ୍ଣିଆ ଉପକୂଳରେ ଅବତରଣ କରିବେ ।

ପୃଥିବୀ ପ୍ରତ୍ୟାବର୍ତ୍ତନ ଲାଗି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, ଡ୍ରାଗନ୍ ଗ୍ରେସ୍ ମହାକାଶଯାନକୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ସହିତ ସଂଯୋଗ କରୁଥିବା ଏହାର ହ୍ୟାଚ୍ ଅପରାହ୍ନ 2:37ଟାରେ ବନ୍ଦ ହୋଇଯାଇଥିଲା । ଏହାପରେ ସେମାନେ ମହାକାଶ ସୁଟ୍‌ ପିନ୍ଧିସାରି ନିଜ ସିଟ୍‌ରେ ବସିଥିଲେ । ଏହାପରେ କ୍ରୁ ସଦସ୍ୟମାନେ ଅପରାହ୍ନ 4:35ଟାରେ କକ୍ଷପଥ ପରୀକ୍ଷାଗାରରୁ ଅନଡକ୍ ପ୍ରକ୍ରିୟା (ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ମହାକାଶୟାନ ଅଲଗା ହେବା ପ୍ରକ୍ରିୟା) ଆରମ୍ଭ ହୋଇଥିବାବେଳେ ଠିକ୍‌ 4.45ଟାରେ ଅନଡକିଂ ସଫଳ ହୋଇଥିଲା । ଅର୍ଥାତ ସ୍ପେଶ ଷ୍ଟେସନରୁ ସଫଳତାର ସହିତ ଶୁଭା

ଶୁ ଶୁକ୍ଲା ଓ ଅନ୍ୟ ମହାକାଶଚାରୀଙ୍କୁ ବହନ କରିଥିବା ମହାକାଶ ଯାନ ଅଲଗା ହୋଇଥିଲା ।

ମିଶନ ପାଇଲଟ୍ ଶୁଭାଂଶୁ ଶୁକ୍ଳା, କମାଣ୍ଡର ପେଗି ହ୍ବିଟସନ୍, ଏବଂ ମିଶନ ବିଶେଷଜ୍ଞ ପୋଲାଣ୍ଡର ସ୍ଲାଓସ୍ ଉଜନାନ୍ସକି-ୱିସନିୱସ୍କି ଏବଂ ହଙ୍ଗେରୀର ଟିବୋର୍ କାପୁ ସ୍ପେଶଏକ୍ସର ଡ୍ରାଗନ୍ ଗ୍ରେସ୍ ମହାକାଶଯାନରେ ପୃଥିବୀ ଅଭିମୁଖେ 22.5 ଘଣ୍ଟାର ଯାତ୍ରା ଆରମ୍ଭ କରିସାରିଛନ୍ତି । ଏଠାରେ କହି ରଖୁଛୁ କି, ନାସା ପକ୍ଷରୁ ଏହି ସମସ୍ତ ପ୍ରକ୍ରିୟାକୁ ପୃଥିବୀବାସୀଙ୍କୁ ଲାଇଭ୍‌ ଦେଖାଯାଉଛି ।

18 ଦିନ ଧରି ମହାକାଶ ଷ୍ଟେସନରେ ରହିବା ପରେ, ପୃଥିବୀକୁ ଫେରିବା ପୂର୍ବରୁ 4 ଜଣ ମହାକାଶଚାରୀଙ୍କ ପାଇଁ ଏକ ବିଦାୟ ସମାରୋହର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ସମସ୍ତ ଦେଶର ମହାକାଶଚାରୀମାନେ ବକ୍ତବ୍ୟ ରଖିଥିଲେ ଏବଂ ସେହି ସମୟରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମଧ୍ୟ କିଛି ବିଶେଷ କଥା କହିଥିଲେ । ସେ 41 ବର୍ଷ ପୂର୍ବେ ଭାରତରୁ ପ୍ରଥମ ଥର ପାଇଁ ମହାକାଶକୁ ଯାଇଥିବା ରାକେଶ ଶର୍ମାଙ୍କ କଥାକୁ ପୁନରାବୃତ୍ତି କରିଥିଲେ ଏବଂ କହିଥିଲେ, 'ଭାରତ ଏବେ ବି ମହାକାଶରୁ ବିଶ୍ବର ଅନ୍ୟ ଦେଶ ଅପେକ୍ଷା ସୁନ୍ଦର ଦିଶୁଛି ।'

0 Comments