ଭୁବନେଶ୍ବର: 

size: 17px;">ଦେଶରେ ଏଲପିଜି ସିଲିଣ୍ଡର ସଙ୍କଟ । ଇରାନ ଯୁଦ୍ଧ ଯୋଗୁଁ ଯୋଗାଣ ଗୁରୁତର ଭାବେ ପ୍ରଭାବିତ । ଓଡ଼ିଶା କଥା ଦେଖିବାକୁ ଗଲେ କମର୍ସିଆଲ ସିଲିଣ୍ଡର ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଫଳରେ ସଙ୍କଟରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ । ବଜାରରେ ଏଜେନ୍ସି ଗୁଡ଼ିକ ଆଗରେ ଗ୍ରାହକମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ କଳା ବଜାରି ରୋକିବା ପାଇଁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଗୋଟିଏ ସିଲିଣ୍ଡର ବୁକିଂ କରିବାର 21 ଦିନ ପରେ ଆଉ ଗୋଟିଏ ବୁକିଂ ହୋଇପାରୁ ଥିଲା, ହେଲେ ଏବେ ଏହାକୁ 25 ଦିନକୁ ବଢ଼ାଇ ଦେଇଛନ୍ତି ସରକାର । କମର୍ସିଆଲ ସିଲିଣ୍ଡର ଯୋଗାଣ ବନ୍ଦ ପରେ ବଡ଼ ବଡ଼ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରବାହ ପଡ଼ିବ । ତେଣୁ ଏନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡ଼ିଶା- HARO । ଗ୍ୟାସ୍ ଅଭାବ ଯୋଗୁଁ ବେଙ୍ଗାଲୁରୁରେ ହୋଟେଲ ଗୁଡ଼ିକ ବନ୍ଦ ରହିଛି । ଓଡ଼ିଶାରେ ସେ ପରିସ୍ଥିତି ନ ହେବା ପାଇଁ ସରକାର ଆଲୋଚନା କରନ୍ତୁ ବୋଲି ହାରୋ ଦାବି କରିଛି ।

ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ମଧ୍ୟରେ LPG କଳାବଜାରୀ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଆଜି କେନ୍ଦ୍ର ସରକାର LPG ବୁକିଂ ଅବଧି 21ରୁ 25 ଦିନକୁ ବୃଦ୍ଧି କରିଛନ୍ତି । ଏପଟେ LPG ଉତ୍ପାଦନ ବୃଦ୍ଧି ପାଇଁ ରିଫାଇନାରୀଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାଣିଜ୍ୟିକ ଅପେକ୍ଷା ଘରୋଇ ଏଲପିଜିକୁ ପ୍ରାଥମିକତା ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।


0 Comments