ଭୁବନେଶ୍ବର:&

nbsp;ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ଏନେଇ ଆଜି ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା କରିଛନ୍ତି । ତେବେ ତୃତୀୟ ସିଟ ପାଇଁ ସଂତୃପ୍ତ ମିଶ୍ରଙ୍କ ନାଁ ରହିଥିବା ବେଳେ ଚତୁର୍ଥ ସିଟ୍ ତଥା ମିଳିତ ଆସନ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି ।

ଆଜି ନବୀନ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି," ରାଜ୍ୟସଭା ନିର୍ବାଚନ ପାଇଁ ଆମ ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛି । ପ୍ରଥମ ପ୍ରାର୍ଥୀ ତୃତୀୟ ଆସନ ପାଇଁ ଡ଼ା. ସଂତୃପ୍ତ ମିଶ୍ର, ସେ ଆମ ଦଳର ଜଣେ ବରିଷ୍ଠ ନେତା ଏବଂ ଦ୍ବିତୀୟ ପ୍ରାର୍ଥୀ ଚତୁର୍ଥ ଆସନ ତଥା ମିଳିତ ଆସନ ପାଇଁ ଡାକ୍ତର ଦତ୍ତେଶ୍ଵର ହୋତା ନାଁ ଘୋଷଣା କରାଯାଇଛି । ସେ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ । ଏବଂ SCB ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ । ମୁଁ ସମସ୍ତ ଦଳକୁ ଅନୁରୋଧ କରୁଛି ଯେ, ତାଙ୍କୁ ସମସ୍ତେ ସମର୍ଥନ କରି ରାଜ୍ୟସଭାକୁ ପଠାନ୍ତୁ । "


0 Comments