ଘଟଗାଁ ( ତପନ ବେହେରା) କେନ୍ଦୁଝର ଜିଲ୍ଲା ଘଟଗାଁ ପୋଲିସ କୁ ବଡ ସଫଳତା । ଫର୍ଡ ଇକୋସ୍ପୋର୍ଟ କାର  ଯୋଗେ ଭଦ୍ରକ ରୁ କେନ୍ଦୁଝର ଚାଲାଣ ହେଉଥିବା ଧଳା ଯାହାର । ଖବର ପାଇଁ ଘଟଗାଁ ଆଇଆଇସି ଙ୍କ ନିର୍ଦ୍ଦେଶ କ୍ରମେ ଗାଡ଼ିଟିକୁ ପିଛା କରିଥିଲା ଘଟଗାଁ ପୋଲିସ୍ ର ଏକ ଟିମ୍ । ଗାଡ଼ିଟିକୁ ପିଛା କରି ଘଟଗାଁ ନିକଟସ୍ଥ କଟ୍ରାବେଡ଼ା ପେଟ୍ରୋଲ ପମ୍ପ ନିକଟରେ ଧରିଥିଲା । ବ୍

ାଉନ ସୁଗାର ଚାଲାଣ କରୁଥିବା ୩ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ପାଖରୁ ୮୭ଗ୍ରାମ ବ୍ରାଉନ ସୁଗାର, ଗୋଟିଏ କାର, ୩ଟି ମୋବାଇଲ ସହ ନଗଦ ୯୫୬୦ ଟଙ୍କା ଜବତ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ୩ ଅଭିଯୁକ୍ତ ହେଲେ କେନ୍ଦୁଝର ଟାଉନ ଥାନା ଅଧିନସ୍ତ ରାକେଶ କୁମାର୍ ସାହୁ, ଅବନୀ କୁମାର ସାହୁ, ସଞ୍ଜୟ କୁମାର ଜେନା । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

0 Comments