ପାଟଣା:-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି ଉଦୟପୁର କେନ୍ଦୁଝରରେ ଦଶମ ଶ୍ରେଣୀ ପରୀକ୍ଷା ନିମନ୍ତେ ହୋମ ଯଜ୍ଞ, ତ୍ରିନାଥ ମେଳା ଓ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା ସମିତି ସଭାପତି ଡମ୍ବରୁଧର ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଉଦୟପୁର ଡିଗ୍ରୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସନାତନ ପଲେଇ ଯୋଗଦେଇ ଶିଶୁ ଭାଇ ଭଉଣୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଗୁରୁଜୀ ସନାତନ ମହାନ୍ତ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ

ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ସନ୍ତୋଷ କୁମାର ମହାନ୍ତ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଗୁରୁମା ପ୍ରତିଭା ଦାସ। ବ୍ୟକ୍ତିଗତ ଗୀତ ଗାନ କରିଥିଲେ ଶିଶୁ ଭଉଣୀ ରୁଚିସ୍ମିତା ମହାନ୍ତ। ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି, ବିଦ୍ୟା ମନ୍ଦିରର ଗୁରୁମା ମନିଷା ସାହୁ, ଗୁରୁଜୀ ଗୋଲକ କୁମାର ମହାନ୍ତ ଶିଶୁ ମାନଙ୍କୁ ଆଗାମୀ ଦିନରେ ଭଲ କାମ କରି ଜଣେ ଜଣେ ଉତ୍ତମ ନାଗରିକ ହୋଇ ସମାଜର ସେବା କରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ। ଏହାପରେ ଯଜ୍ଞ ଓ ତ୍ରିନାଥ ମେଳା କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

0 Comments