ଚମ୍ପୁଆ:- ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡ଼ିଆ ୟୁଜିଏମ୍ଇ ସ୍କୁଲ୍ ର 2005 ମସିହାର ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ଯକ୍ରମ ମିରିଗିସିଙ୍ଗା ଅନୁଷ୍ଠିତ ହୋଇଯାଇଛି l ମିରିଗିସିଙ୍ଗା ଠାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ରେ ପ୍ରାୟ 30 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଉକ୍ତ ଉତ୍ସବ କୁ ପୁରାତନ ଛାତ୍ର ସ୍ୱାବଲମ୍ବନ ମହାନ୍ତ, ଅଜୟ ସେଠୀ, ମଞ୍ଜୁଲତା ନାୟକ, ପ୍ରକାଶ ନାୟକ, ସୁଜାତା ବାରିକ, କନ୍ଦର୍ପ ମହାରଣା, ସତ୍ୟବାନ୍ ବାରିକ୍, ସନ୍ଧ୍ୟାରାଣୀ ମହାନ୍ତ, ଭଜମତି ମୁଣ୍ଡା, ବୀଣାପାଣି ମହାକୁଡ଼, କିସମତ ନାୟ
କ, ବିଦ୍ୟୁତପ୍ରଭା ମହାନ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ l 21 ବର୍ଷ ପରେ କର୍ମମୟ ଜୀବନରୁ ସମୟ ବାହାରକରି ସାଙ୍ଗମାନେ ଏକାଠି ହୋଇଥିବାରୁ ଖୁସି ମନାଇବା ସହ ପରସ୍ପର ଭାବର ଆଦାନ ପ୍ରଦାନ କରିଥିଲେ l ଭବିଷ୍ୟତ କାର୍ଯ୍ୟପନ୍ଥା ଓ ବହୁବିଧ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗର ହାତ ବଢାଇବାକୁ ସମସ୍ତେ ନିଷ୍ପତ୍ତି ନେଇଥିଲେ ଏହା ସହିତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ର ଉନ୍ନତି ଓ ଶିକ୍ଷା ନୀତିକୁ ତ୍ବରାନ୍ବିତ କରିବା ସହିତ ପ୍ରତେକ୍ଷ ଓ ପରୋକ୍ଷ ଭାବେ ନିଜକୁ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି l