ଢେଙ୍କିକୋଟ( ତପନ ବେହେରା) ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଏସ ବି ଆଇ ଫାଉଣ୍ଡେସନ ଓ କିଓରବେ ର ମିଳିତ ସହଯୋଗରେ କେନ୍ଦୁଝର କେନ୍ଦୁ ପତ୍ର ବନାଞ୍ଚଳ ଅନ୍ତର୍ଗତ ୫ ଟି ସ୍ଥାନରେ ଫେବୃୟାରୀ ୫ରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି। ଏହି ଶିବିରରେ କେନ୍ଦୁ ପତ୍ର ଶ୍ରମିକଙ୍କ ସହ ସାଧାରଣ ଲୋକଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ଧନରାଜ୍ ଏଚଡି ଓ କେନ୍ଦୁ ପତ୍ର ବିଭାଗ ସହକାରୀ ବନ ସଂରକ୍ଷକ ପୁନମ ହୀରା ହାଂସଦା ସୂଚନା ଦେଇଛନ୍ତି। ସୁଚନାନୁଯ
ାୟୀ ଫେବୃୟାରୀ ୫ ତାରିଖ ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତ ଭୋକା ଗ୍ରାମ ,୬ ତାରିଖରେ ହରିଚନ୍ଦନପୁର ବ୍ଲକ ବୁଢ଼ା ଖମଣ ପଞ୍ଚାୟତ ସୋମଗିରି ଗ୍ରାମ ,୭ ତାରିଖ ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତ ଅଲଙ୍ଗ ଗ୍ରାମ ,୮ ତାରିଖରେ ଘଟଗାଁ ବ୍ଲକ ଅନ୍ତର୍ଗତ ବଡଜାମୁପଶି ଗ୍ରାମ ଓ ୯ ତାରିଖ ରେ ଘଟଗାଁ ବ୍ଲକ ଅନ୍ତର୍ଗତ ଭୋଳବେଡା ଗ୍ରାମରେ କେନ୍ଦୁପତ୍ର ଡିଭିଜନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନର ଫାଇଦା ନେବାକୁ କେନ୍ଦୁ ପତ୍ର ଶ୍ରମିକ ଓ ଜନ ସାଧାରଣଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।