ପାଟଣା( ବିଜୟ ମହାନ୍ତ):ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସକୁ ଭାରତୀୟ ଜନତା ପାର୍ଟି ତରଫରୁ ସୁଶାସନ ଦିବସ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି । ଏହି ଅବସରରେ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ତରଫରୁ କେନ୍ଦେଇପଶି ପଞ୍ଚାୟତ ଅଁଳାଢିଆ ଗ୍ରାମ ନିକଟସ୍ଥ ବୈତରଣୀ ନଦୀ କୂଳରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫୋଟ ଚିତ୍ରରେ ବିଜେପି କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ

କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ  ଲାଲମୋହନ ନାଏକ ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦୁର୍ଗାଚରଣ ନାଏକ ଆଲକ ପାତ କରିଥିଲେ। ବୈଠକରେ ହୀରାଲାଲ ମହାନ୍ତ, ଲକ୍ଷ୍ମଣ ପତି, ମୁଚିରାମ ସାହୁ, କେନ୍ଦେଇପଶି ପଞ୍ଚାୟତ ପ୍ରମୁଖ ଗୌର ଗାରଡିଆ, ଅନିଲ ସେଠୀ ଙ୍କ ସମେତ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ । ଆଗାମୀ ପଞ୍ଚାୟତ ଇଲେସନ କୁ ଆଖି ଆଗରେ ରଖି କିପରି ସଂଗଠନ କୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ।

0 Comments